କେରଳରେ କୁକୁରଙ୍କ ଯନ୍ତ୍ରଣାବିହୀନ ମୃତ୍ୟୁ ପାଇଁ ଆବେଦନ
ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲା ପଞ୍ଚାୟତ ପକ୍ଷରୁ ଜଳାତଙ୍କ ରୋଗଗ୍ରସ୍ତ ଓ ଅତି ବିପଜ୍ଜନକ କାମୁଡ଼ା କୁକୁରଙ୍କ ପାଇଁ ଯନ୍ତ୍ରଣାବିହୀନ ମୃତ୍ୟୁ ନିମନ୍ତେ ଅନୁମତି ପ୍ରଦାନ କରିବାକୁ ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଏହି ଆବେଦନ ଉପରେ ଶୁଣାଣି ପାଇଁ ରାଜି ହୋଇଛନ୍ତି। ଆସନ୍ତା ଜୁଲାଇ ୧୨ରେ କୋର୍ଟ ଏହି ମାମଲାରେ ଶୁଣାଣି କରିବେ। ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ ୧୧ ତାରିଖରେ ଜଣେ ୧୧ ବର୍ଷୀୟ ଶିଶୁକୁ କୁକୁରମାନେ ଝୁଣି ମାରିଦେବା ପରେ କନ୍ନୁର ଜିଲ୍ଲା […]
ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲା ପଞ୍ଚାୟତ ପକ୍ଷରୁ ଜଳାତଙ୍କ ରୋଗଗ୍ରସ୍ତ ଓ ଅତି ବିପଜ୍ଜନକ କାମୁଡ଼ା କୁକୁରଙ୍କ ପାଇଁ ଯନ୍ତ୍ରଣାବିହୀନ ମୃତ୍ୟୁ ନିମନ୍ତେ ଅନୁମତି ପ୍ରଦାନ କରିବାକୁ ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଏହି ଆବେଦନ ଉପରେ ଶୁଣାଣି ପାଇଁ ରାଜି ହୋଇଛନ୍ତି। ଆସନ୍ତା ଜୁଲାଇ ୧୨ରେ କୋର୍ଟ ଏହି ମାମଲାରେ ଶୁଣାଣି କରିବେ। ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ ୧୧ ତାରିଖରେ ଜଣେ ୧୧ ବର୍ଷୀୟ ଶିଶୁକୁ କୁକୁରମାନେ ଝୁଣି ମାରିଦେବା ପରେ କନ୍ନୁର ଜିଲ୍ଲା ପଞ୍ଚାୟତ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରିବାପାଇଁ ନିଷ୍ପତ୍ତି ହୋଇଛି। ଆବେଦନରେ କୁହାଯାଇଛି, ଗତବର୍ଷ ମଧ୍ୟ କୋଟାୟାମ ଜିଲ୍ଲାରେ ଅନୁରୂପ ଘଟଣା ଘଟିଥିଲା। ବୁଲାକୁକୁର କାମୁଡ଼ାରେ ଜଣେ ୧୨ ବର୍ଷ ବାଳକର ମୃତ୍ୟୁ ଘଟିଥିଲା। ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଓ ଏମ୍ଏମ୍ ସୁନ୍ଦରେଶଙ୍କ ଅବକାଶ ବେଞ୍ଚ ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି




