କେରଳରେ ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

ଥିରୁଅନନ୍ତପୁରମ : ଭାରତ ଗସ୍ତରେ ଆସିଥିବା ଜଣେ ଆମେରିକୀୟ ମହିଳା କେରଳରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୪୪ ବର୍ଷୀୟା ଆମେରିକୀୟ ମହିଳା କେରଳର ଏକ ଆଶ୍ରମରେ ରହୁଥିଲେ। ଜୁଲାଇ ୩୧ ତାରିଖରେ ସେ ଆଶ୍ରମ ନିକଟସ୍ଥ ଏକ ବେଳାଭୂମିରେ ଏକାକୀ ବସିଥିବାବେଳେ ୨ ଜଣ ବ୍ୟକ୍ତି ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇଯାଇ ଗଣଦୁଷ୍କର୍ମ କରିଥିଲେ। ଏହି ସମୟରେ ମହିଳା ଜଣଙ୍କ ନିଶାଶକ୍ତ ଅବସ୍ଥାାରେ ଥିଲେ। ଅଗଷ୍ଟ ୧ ତାରିଖରେ ମହିଳା ଜଣଙ୍କ କରୁଣାଗପ୍ପାଲି ଥାନାରେ ଏନେଇ […]

Samaya Live Picture
Published On

ଥିରୁଅନନ୍ତପୁରମ : ଭାରତ ଗସ୍ତରେ ଆସିଥିବା ଜଣେ ଆମେରିକୀୟ ମହିଳା କେରଳରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୪୪ ବର୍ଷୀୟା ଆମେରିକୀୟ ମହିଳା କେରଳର ଏକ ଆଶ୍ରମରେ ରହୁଥିଲେ। ଜୁଲାଇ ୩୧ ତାରିଖରେ ସେ ଆଶ୍ରମ ନିକଟସ୍ଥ ଏକ ବେଳାଭୂମିରେ ଏକାକୀ ବସିଥିବାବେଳେ ୨ ଜଣ ବ୍ୟକ୍ତି ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇଯାଇ ଗଣଦୁଷ୍କର୍ମ କରିଥିଲେ। ଏହି ସମୟରେ ମହିଳା ଜଣଙ୍କ ନିଶାଶକ୍ତ ଅବସ୍ଥାାରେ ଥିଲେ। ଅଗଷ୍ଟ ୧ ତାରିଖରେ ମହିଳା ଜଣଙ୍କ କରୁଣାଗପ୍ପାଲି ଥାନାରେ ଏନେଇ ଏତଲା ରୁଜୁ କରିବାପରେ ପୁଲିସ ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ଉଲ୍ଳେଖଯୋଗ୍ୟ ଯେ ମହିଳା ଜଣଙ୍କ ଜୁଲାଇ ୨୨ ତାରିଖରେ କେରଳରେ ପହଞ୍ଚିଥିଲେ।

Tags: