କେରଳରୁ ଉଡ଼ିଲା ବ୍ରିଟିସ ଏଫ୍-୩୫ ଲଢୁଆ ବିମାନ
ତିରୁଅନନ୍ତପୁରମ୍: ଯାନ୍ତ୍ରିକ ତ୍ରୁଟି କାରଣରୁ କେରଳର ତିରୁଅନନ୍ତପୁରମ୍ ବିମାନବନ୍ଦରରେ ଏକ ମାସରୁ ଅଧିକ ସମୟ ରହିବା ପରେ ଶେଷରେ ବ୍ରିଟେନର ରୟାଲ ନୌସେନାର ଏକ ଏଫ୍-୩୫ ଲଢୁଆ ବିମାନ ଘରକୁ ଫେରିବା ପାଇଁ ଉଡ଼ାଣ ଭରିଛି। ବିମାନଟି ଜୁନ୍ ୧୪ ତାରିଖରୁ ତିରୁଅନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପାର୍କିଂ କରିଥିଲା ଏବଂ ପରବର୍ତ୍ତୀ ସମୟରେ ସେଥିରେ ଗୁରୁତର ଯାନ୍ତ୍ରିକ ସମସ୍ୟା ଦେଖା ଦେଇଥିଲା। ପ୍ରକୃତରେ କ’ଣ ତ୍ରୁଟି ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ […]
ତିରୁଅନନ୍ତପୁରମ୍: ଯାନ୍ତ୍ରିକ ତ୍ରୁଟି କାରଣରୁ କେରଳର ତିରୁଅନନ୍ତପୁରମ୍ ବିମାନବନ୍ଦରରେ ଏକ ମାସରୁ ଅଧିକ ସମୟ ରହିବା ପରେ ଶେଷରେ ବ୍ରିଟେନର ରୟାଲ ନୌସେନାର ଏକ ଏଫ୍-୩୫ ଲଢୁଆ ବିମାନ ଘରକୁ ଫେରିବା ପାଇଁ ଉଡ଼ାଣ ଭରିଛି। ବିମାନଟି ଜୁନ୍ ୧୪ ତାରିଖରୁ ତିରୁଅନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପାର୍କିଂ କରିଥିଲା ଏବଂ ପରବର୍ତ୍ତୀ ସମୟରେ ସେଥିରେ ଗୁରୁତର ଯାନ୍ତ୍ରିକ ସମସ୍ୟା ଦେଖା ଦେଇଥିଲା। ପ୍ରକୃତରେ କ’ଣ ତ୍ରୁଟି ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ବ୍ରିଟିସ ହାଇକମିସନ ମଙ୍ଗଳବାର ନିଶ୍ଚିତ କରିଛି ଯେ ଆବଶ୍ୟକ ମରାମତି ସଫଳ ହେବା ପରେ ଏହି ଯୁଦ୍ଧ ବିମାନଟି ବ୍ରିଟେନ ଫେରିଛି। ମରାମତି ଓ ପୁନରୁଦ୍ଧାର ପ୍ରକ୍ରିୟାରେ ଭାରତୀୟ କର୍ତ୍ତୃପକ୍ଷ ଓ ବିମାନ ବନ୍ଦର ଟିମ୍ର ସମର୍ଥନ ଓ ସହଯୋଗ ପାଇଁ ବ୍ରିଟେନ ଅତ୍ୟନ୍ତ କୃତଜ୍ଞ। ଆମେ ଭାରତ ସହ ଆମର ପ୍ରତିରକ୍ଷା ଭାଗୀଦାରିକୁ ଆହୁରି ସୁଦୃଢ଼ କରିବାକୁ ଚାହୁଛୁ ବୋଲି ହାଇକମିସନ କହିଛି। ଅନେକ ଚେଷ୍ଟା ପରେ ତ୍ରୁଟି ମରାମତି ହୋଇପାରି ନ ଥିବାରୁ ବିମାନଟିକୁ ଖୋଲି ପରିବହନ ବିମାନରେ ପଠାଇବାକୁ ପଡ଼ିବ ବୋଲି ପ୍ରଥମେ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଜୁଲାଇ ୬ ତାରିଖରେ ଏୟାର୍ବସ୍ ଏ୪୦୦ଏମ୍ ଆଟଲାସ୍ରେ ସ୍ପେୟାର୍ ପାର୍ଟସ୍ ଓ ଉପକରଣ ସହ ରୟାଲ୍ ଏୟାର୍ଫୋର୍ସ ଟିମ୍ ପହଞ୍ଚିବା ପରେ ଅବସ୍ଥା ସୁଧୁରିଥିଲା।




