କେବଳ କ୍ୟାମେରା ଆଗରେ ମୋଦୀଙ୍କ ରକ୍ତ କାହିଁକି ଗରମ ହୋଇଯାଉଛି : ରାହୁଲ

ନୂଆଦିଲ୍ଲୀ: ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବପ୍ରବଣ ଭାଷଣକୁ କଟାକ୍ଷ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, କ୍ୟାମେରା ଆଗରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ରକ୍ତ ଏମିତି ଗରମ ହୋଇଯାଉଛି। ଏକ୍ସରେ ଏକ ପୋଷ୍ଟ୍‌ କରି ରାହୁଲ କହିଛନ୍ତି, ‘ ମୋଦୀଜୀ ଫମ୍ପା‌ ଭାଷଣ ଦେବା ବନ୍ଦ କରନ୍ତୁ। କେବଳ ଏତିକି କଥା କୁହନ୍ତୁ ଯେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଟିପ୍ପଣୀକୁ ଆପଣ କାହିଁକି ବିଶ୍ବାସ କ‌ଲେ। ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇ ଆପଣ ଭାରତର ସ୍ବାର୍ଥକୁ […]

କେବଳ କ୍ୟାମେରା ଆଗରେ ମୋଦୀଙ୍କ ରକ୍ତ କାହିଁକି ଗରମ ହୋଇଯାଉଛି : ରାହୁଲ
Samaya Live Picture
Published On

ନୂଆଦିଲ୍ଲୀ: ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବପ୍ରବଣ ଭାଷଣକୁ କଟାକ୍ଷ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, କ୍ୟାମେରା ଆଗରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ରକ୍ତ ଏମିତି ଗରମ ହୋଇଯାଉଛି। ଏକ୍ସରେ ଏକ ପୋଷ୍ଟ୍‌ କରି ରାହୁଲ କହିଛନ୍ତି, ‘ ମୋଦୀଜୀ ଫମ୍ପା‌ ଭାଷଣ ଦେବା ବନ୍ଦ କରନ୍ତୁ। କେବଳ ଏତିକି କଥା କୁହନ୍ତୁ ଯେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଟିପ୍ପଣୀକୁ ଆପଣ କାହିଁକି ବିଶ୍ବାସ କ‌ଲେ। ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇ ଆପଣ ଭାରତର ସ୍ବାର୍ଥକୁ କାହିଁକି ତ୍ୟାଗ କଲେ। କେବଳ କ୍ୟାମେରା ସାମ୍ନାରେ ଆପଣଙ୍କ ରକ୍ତ ଗରମ କାହିଁକି? ଉଲ୍ଲେଖଯୋଗ୍ୟ ଯେ ମୋଦୀ ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଅପରେସନ୍‌ ସିନ୍ଦୂର ପାକିସ୍ତାନକୁ ଏହା ସ୍ପଷ୍ଟ କରିଦେଇଛି ଯେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପରେ ଏହାକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ସେ ମଧ୍ୟ ‌ଘୋଷଣା କରିଥିଲେ ଯେ ‘ମୋଦୀଙ୍କ ଶିରାରେ ରକ୍ତ ବହୁନି ବରଂ ଉତ୍ତପ୍ତ ସିନ୍ଦୂର ବହୁଛି। ମୋଦୀ ଅପରେସନ୍‌ ସିନ୍ଦୂରର ସଫଳତା ବଖାଣିବାକୁ ଯାଇ ଏଭଳି ଟିପ୍ପଣୀ ଦେଇଥିବାବେଳେ କଂଗ୍ରେସ ନେତାମାନେ ତାଙ୍କୁ ସମାଲୋଚନା କରିଛନ୍ତି।

Tags: