କେବଳ କେନ୍ଦ୍ର ସରକାର ଜାତିଗତ ଗଣନା କରିପାରିବେ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଛଡ଼ା ଆଉ କେହି ଜାତିଗତ ଜନଗଣନା କରିପାରିବେ ନାହିଁ। କେବଳ କେନ୍ଦ୍ର ସରକାର ହିଁ ଏହି କାମ କରିବେ ବୋଲି ସୋମବାର କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟଙ୍କୁ ଅବଗତ କରିଛନ୍ତି। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ ଜନଗଣନା ଆଇନ ୧୯୪୮ ଅନୁସାରେ ଜନଗଣନା ପାଇଁ କେବଳ କେନ୍ଦ୍ର ସରକାରଙ୍କୁ କ୍ଷମତା ଦିଆଯାଇଛି। ଏହା ବିହାର ସରକାରଙ୍କ ପ୍ରତି ଏକ ବଡ଼ ଚାଲେଞ୍ଜ। ବିହାର ସରକାରଙ୍କ ପକ୍ଷରୁ ପୂର୍ବ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଛଡ଼ା ଆଉ କେହି ଜାତିଗତ ଜନଗଣନା କରିପାରିବେ ନାହିଁ। କେବଳ କେନ୍ଦ୍ର ସରକାର ହିଁ ଏହି କାମ କରିବେ ବୋଲି ସୋମବାର କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟଙ୍କୁ ଅବଗତ କରିଛନ୍ତି। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ ଜନଗଣନା ଆଇନ ୧୯୪୮ ଅନୁସାରେ ଜନଗଣନା ପାଇଁ କେବଳ କେନ୍ଦ୍ର ସରକାରଙ୍କୁ କ୍ଷମତା ଦିଆଯାଇଛି। ଏହା ବିହାର ସରକାରଙ୍କ ପ୍ରତି ଏକ ବଡ଼ ଚାଲେଞ୍ଜ। ବିହାର ସରକାରଙ୍କ ପକ୍ଷରୁ ପୂର୍ବ ଶୁଣାଣି ସମୟରେ ସୁପ୍ରିମ୍କୋର୍ଟଙ୍କୁ ଅବଗତ କରାଯାଇଥଲା ଯେ ସେମାନେ ଅଗଷ୍ଟ ୬ ସୁଦ୍ଧା ଜାତିଗତ ଜନଗଣନା ଶେଷ କରି ଅଗଷ୍ଟ ୧୨ରେ ଏ ସମ୍ପର୍କିତ ତଥ୍ୟ ୱେବ୍ସାଇଟ୍ରେ ଅପ୍ଲୋଡ୍ କରିଛନ୍ତି।
କେନ୍ଦ୍ର ସରକାରଙ୍କୁ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜାତିଗତ ଜନଗଣନାର କିଛି କୁପ୍ରଭାବ ରହିଛି ବୋଲି କହିବା ପରେ ତାଙ୍କୁ ଏ ସମ୍ପର୍କରେ କେନ୍ଦ୍ରର ମତାମତ ଜଣାଇବା ପାଇଁ କୋର୍ଟ ଗତ ଅଗଷ୍ଟ ୨୧ ତାରିଖରେ ୭ ଦିନ ସମୟ ଦେଇଥିଲେ। କେନ୍ଦ୍ର ତରଫରୁ ତୁଷାର ମେହେଟ୍ଟା କୋର୍ଟରେ ତଥ୍ୟ ରଖି କହିଛନ୍ତି,, ଅନୁସୂଚିତ ଜାତି (ଏସ୍ସି), ଅନୁସୂଚିତ ଜନଜାତି (ଏସ୍ଟି), ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ (ଏସ୍ଇବିସି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ସର୍ବବିଧ ଉନ୍ନତି ପାଇଁ ସରକାର ଆଇନ ଅନୁଯାୟୀ ସମସ୍ତ ସକାରାତ୍ମକ ପଦକ୍ଷେପ ନେଉଛନ୍ତି। ସୂଚନାଯୋଗ୍ୟ, ବିହାର ସରକାରଙ୍କୁ ଜାତିଗତ ଜନଗଣନା ପାଇଁ ପାଟନା ହାଇକୋର୍ଟ ପୂର୍ବରୁ ଅନୁମତି ଦେଇଥିବା ବେଳେ ଏହା ବିରୋଧରେ ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇଥିଲା। ଏହା ଉପରେ ରାୟ ଦେଇ ସୁପ୍ରିମ୍କୋର୍ଟ କହିଛନ୍ତି ଯେ, ଜାତିଗତ ଜନଗଣନା କରିବା ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ନୁହେଁ। କେବଳ କେନ୍ଦ୍ର ସରକାର ହିଁ ଏହା କରିପାରିବେ।




