କେନ୍ଦ୍ର ସରକାରଙ୍କ ସହ ସଦ୍ୟ ଆଲୋଚନା ପୂର୍ବରୁ ପଂଜାବରେ କୃଷକଙ୍କ ରେଳ ରୋକୋ ଆନ୍ଦୋଳନ
ନୂଆଦିଲ୍ଲୀ : ଏମଏସପି ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଅଜି ଆନ୍ଦୋଳନରତ କୃଷକମାନେ ପଂଜାବର ରେଳ ଷ୍ଟେସନ୍ରେ ପଶି ରେଳ ରୋକୋ ଆନ୍ଦୋଳନ କରିଛନ୍ତି। ସେମାନେ ରେଳ ଧାରଣା ଅବରୋଧ କରିଛନ୍ତି। ଆନ୍ଦୋଳନ ବଢ଼ୁଥିବାରୁ ହରିୟାଣା ସରକାର ଫେବ୍ରୁଆରି ୧୬ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ପଂଜାବ ସୀମା ସଂଲଗ୍ନ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି। ପଂଜାବ ସୀମା ଅଞ୍ଚଳରେ ହଜାର ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ସେମାନଙ୍କ ଯାତ୍ରା ସମୟରେ ବ୍ୟାରିକେଡ […]
ନୂଆଦିଲ୍ଲୀ : ଏମଏସପି ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଅଜି ଆନ୍ଦୋଳନରତ କୃଷକମାନେ ପଂଜାବର ରେଳ ଷ୍ଟେସନ୍ରେ ପଶି ରେଳ ରୋକୋ ଆନ୍ଦୋଳନ କରିଛନ୍ତି। ସେମାନେ ରେଳ ଧାରଣା ଅବରୋଧ କରିଛନ୍ତି। ଆନ୍ଦୋଳନ ବଢ଼ୁଥିବାରୁ ହରିୟାଣା ସରକାର ଫେବ୍ରୁଆରି ୧୬ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ପଂଜାବ ସୀମା ସଂଲଗ୍ନ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି। ପଂଜାବ ସୀମା ଅଞ୍ଚଳରେ ହଜାର ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ସେମାନଙ୍କ ଯାତ୍ରା ସମୟରେ ବ୍ୟାରିକେଡ ଭାଙ୍ଗିଛନ୍ତି। ତେବେ କୃଷକଙ୍କର ଏହି ‘ଦିଲ୍ଲୀ ଚଲୋ’ ଯାତ୍ରା ମଧ୍ୟରେ କେନ୍ଦ୍ର ସରକାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ଆଜି ପୁଣିଥରେ ତୃତୀୟ ରାଉଣ୍ଡ୍ ଆଲୋଚନା ଅଛି। ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆନ୍ଦୋଳନରତ ଚାଷୀ ସଂଗଠନର ପ୍ରତିନିଧିମାନେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋୟଲ ଏବଂ ନିତ୍ୟାନନ୍ଦ ରାୟଙ୍କ ସହ କଥା ହେବେ। ବୁଧବାର ମଧ୍ୟ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଜୁନ ମୁଣ୍ଡା ମଧ୍ୟ କୃଷକଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କୌଣସି ପ୍ରକାର ନିଷ୍କର୍ସ ବାହାରି ପାରିନାହିଁ। ଭାରତୀୟ କିଷାନ ୟୁନିୟନର ହରମିତ ସିଂହ କଦିଆନ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ୍) ପଂଜାବ ଚାପ୍ଟର ଦ୍ବାରା ଫେବ୍ରୁଆରି ୧୬ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଫେବ୍ରୁଆରି ୧୫ରେ ପଂଜାବର ସମସ୍ତ ଟୋଲ୍ ପ୍ଲାଜାରେ ଅତିରିକ୍ତ ଆନ୍ଦୋଳନ ଯୋଜନା କରାଯାଇଛି। ପଂଜାବ ଏବଂ ହରିୟାଣା ମଧ୍ୟରେ ଶମ୍ଭୁ ସୀମା ନିକଟରେ ସୁରକ୍ଷାକର୍ମୀମାନେ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରୁଥିବା କୃଷକଙ୍କୁ ଘଉଡ଼ାଇବାପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରୁଛନ୍ତି।




