କେନ୍ଦ୍ର ସରକାରଙ୍କ ବିରୋଧରେ ଚଣ୍ଡିଗଡ଼ରେ ଚାଷୀ ଆନ୍ଦୋଳନ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀ ସଂଗଠନଗୁଡ଼ିକର ଦାବି ପୂରଣ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାର ପ୍ରତିବାଦରେ ଚଣ୍ଡିଗଡ଼ରେ ବଡ଼ ଧରଣର ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଛି। ନୂଆ କୃଷି ଆଇନ ହଟାଇବା ଦାବିରେ ଦିଲ୍ଲୀରେ ୩ ବର୍ଷ ତଳେ ଯେଭଳି ବିଶାଳ ଆନ୍ଦୋଳନ ହୋଇଥିଲା, ସେହିଭଳି ଆନ୍ଦୋଳନ ଚଣ୍ଡିଗଡ଼ରେ ଦାନା ବାନ୍ଧୁଛି। ଚଣ୍ଡିଗଡ଼ରେ ଆରମ୍ଭ ହୋଇଥିବା ୩ ଦିନଆ ଆନ୍ଦୋଳନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍)ର ନେତୃତ୍ବରେ ଆରମ୍ଭ ହୋଇଥିବା ବେଳେ ଉତ୍ତର ଭାରତର […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀ ସଂଗଠନଗୁଡ଼ିକର ଦାବି ପୂରଣ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାର ପ୍ରତିବାଦରେ ଚଣ୍ଡିଗଡ଼ରେ ବଡ଼ ଧରଣର ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଛି। ନୂଆ କୃଷି ଆଇନ ହଟାଇବା ଦାବିରେ ଦିଲ୍ଲୀରେ ୩ ବର୍ଷ ତଳେ ଯେଭଳି ବିଶାଳ ଆନ୍ଦୋଳନ ହୋଇଥିଲା, ସେହିଭଳି ଆନ୍ଦୋଳନ ଚଣ୍ଡିଗଡ଼ରେ ଦାନା ବାନ୍ଧୁଛି। ଚଣ୍ଡିଗଡ଼ରେ ଆରମ୍ଭ ହୋଇଥିବା ୩ ଦିନଆ ଆନ୍ଦୋଳନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍)ର ନେତୃତ୍ବରେ ଆରମ୍ଭ ହୋଇଥିବା ବେଳେ ଉତ୍ତର ଭାରତର ବିଭିନ୍ନ ଚାଷୀ ସଂଗଠନର ସଦସ୍ୟମାନେ ଏଥିରେ ସାମିଲ ହୋଇଛନ୍ତି। ପଂଜାବ ଓ ହରିୟାଣାରୁ ଶତାଧିକ ଟ୍ରାକ୍ଟର ଟ୍ରଲିରେ ଚାଷୀମାନେ ଆନ୍ଦୋଳନ ସ୍ଥଳରେ ପହଞ୍ଚିଛନ୍ତି। ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ଚାଷୀମାନେ ମଧ୍ୟ ଏଥିରେ ସାମିଲ ହେବେ ବୋଲି ଜଣାପଡ଼ିଛି।




