କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସଙ୍କ ଇସ୍ତଫା

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସ ଆଜି ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ମୋଦୀଙ୍କ ମନ୍ତ୍ରିମଣ୍ଡଳରୁ ପଶୁପତି ପାରସ ଇସ୍ତଫା ଦେବା ସହ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରୁ ଆରଏଲ୍ଜେପି (ରାଷ୍ଟ୍ରୀୟ ଲୋକ ଜନଶକ୍ତି)ପାର୍ଟିକୁ କାଢ଼ି ନେଇଛନ୍ତି। ପାରସଙ୍କ ପୁତୁରା ଚିରାଗ ପାଶ୍ବାନଙ୍କ ଏଲଜେପି (ଲୋକ ଜନଶକ୍ତି ପାର୍ଟି) ସହ ବିଜେପି ଆସନ ବୁଝାମଣା ଚୂଡ଼ାନ୍ତ କରିବାପରେ ପଶୁପତି ପାରସ ଆଜି ଇସ୍ତଫା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ବିହାରରେ […]

Samaya Live Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସ ଆଜି ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ମୋଦୀଙ୍କ ମନ୍ତ୍ରିମଣ୍ଡଳରୁ ପଶୁପତି ପାରସ ଇସ୍ତଫା ଦେବା ସହ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରୁ ଆରଏଲ୍ଜେପି (ରାଷ୍ଟ୍ରୀୟ ଲୋକ ଜନଶକ୍ତି)ପାର୍ଟିକୁ କାଢ଼ି ନେଇଛନ୍ତି। ପାରସଙ୍କ ପୁତୁରା ଚିରାଗ ପାଶ୍ବାନଙ୍କ ଏଲଜେପି (ଲୋକ ଜନଶକ୍ତି ପାର୍ଟି) ସହ ବିଜେପି ଆସନ ବୁଝାମଣା ଚୂଡ଼ାନ୍ତ କରିବାପରେ ପଶୁପତି ପାରସ ଆଜି ଇସ୍ତଫା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ବିହାରରେ ଜେଡିୟୁ ଏବଂ ଏଲଜେପି ସହ ମେଣ୍ଟ କରିଛି। ତେବେ ବିହାରରେ ଆସନ ବୁଝାମଣା ବେଳେ ବିାଜପି ପାରସଙ୍କ ଦଳ ଆରଏଲଜେପିକୁ ସମ୍ପୂର୍ଣ୍ଣ ଅଣଦେଖା କରିଦେଇଛି। ଦଳ ଆରଏଲଜେପିକୁ ଶୂନ ଆସନ ଦେଇଛି। ଅନ୍ୟପକ୍ଷେ ପାଶ୍ବାନଙ୍କ ଏଲଜେପିକୁ ୫ଟି ଆସନ ଦେଇଛି। ୨୦୧୯ ନିର୍ବାଚନରେ ପଶୁପତି ପାରସ ଜିତିଥିବା ହାଜିପୁର ଆସନକୁ ମଧ୍ୟ ଏଲଜେପିକୁ ଦିଆଯାଇଛି। ପାରସ କହିଛନ୍ତି, ବିହାରରେ ଏନଡିଏ ଡିଲ୍ ଘୋଷଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ମୁଁ କୃତଜ୍ଞ। କିନ୍ତୁ ମୁଁ ଏବଂ ମୋର ଦଳ ଅନ୍ୟାୟ ସାମ୍ନା କରିଛୁ। ତେଣୁ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି ବୋଲି ପାରସ କହିଛନ୍ତି।
.

Tags: