କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଭେଟିଲେ ଚିରାଗ ପାଶ୍ବାନ
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ନେତା ନିତ୍ୟାନନ୍ଦ ରାୟଙ୍କୁ ଆଜି ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି) ଜାତୀୟ ସଭାପତି ଚିରାଗ ପାଶ୍ବାନ ଭେଟିଛନ୍ତି। ପାଟନାରେ ଉଭୟଙ୍କ ମଧ୍ୟରେ ଆଜି କଥାବାର୍ତ୍ତା ହୋଇଛି। ଏହାପରେ ଚିରାଗ ପାଶ୍ବାନ ପାଟନାରେ ଦଳୀୟ ନେତାମାନଙ୍କ ସହ ବୈଠକ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଜିର ବୈଠକରେ ବିଜେପି-ଏଲ୍ଜେପି ମେଣ୍ଟ ସଂକ୍ରାନ୍ତରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ […]
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ନେତା ନିତ୍ୟାନନ୍ଦ ରାୟଙ୍କୁ ଆଜି ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି) ଜାତୀୟ ସଭାପତି ଚିରାଗ ପାଶ୍ବାନ ଭେଟିଛନ୍ତି। ପାଟନାରେ ଉଭୟଙ୍କ ମଧ୍ୟରେ ଆଜି କଥାବାର୍ତ୍ତା ହୋଇଛି। ଏହାପରେ ଚିରାଗ ପାଶ୍ବାନ ପାଟନାରେ ଦଳୀୟ ନେତାମାନଙ୍କ ସହ ବୈଠକ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଜିର ବୈଠକରେ ବିଜେପି-ଏଲ୍ଜେପି ମେଣ୍ଟ ସଂକ୍ରାନ୍ତରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଏବଂ ଏଲ୍ଜେପି ମେଣ୍ଟ କରିପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଭିନ୍ନ ରାଜ୍ୟରେ ବିଜେପି ପୂର୍ବ ସହଯୋଗୀ ଦଳମାନଙ୍କ ସହ ପୁଣିଥରେ ମେଣ୍ଟ କରିବାପାଇଁ ପ୍ରୟାସ କରୁଛି।




