କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ, ଅର୍ଜୁନ ରାମ ମେଘୱାଲ ହେଲେ ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ : ସରକାର ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କୁ ଦାୟିତ୍ବ ଅର୍ଜୁନ ରାମ ମେଘୱାଲଙ୍କୁ ଦିଆଯାଇଛି। ଅନ୍ୟପକ୍ଷେ କିରେନ ରିଜିଜୁଙ୍କୁ ଭୂ-ବିଜ୍ଞାନ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ମନ୍ତ୍ରିମଣ୍ଡଳରେ ଏହି ଅଦଳବଦଳ କରିଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଆଜି ଏନେଇ ଏକ ବିବୃତି ଜାରି କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଭୂ-ବିଜ୍ଞାନ ବିଭାଗ ଦାୟିତ୍ବରେ ଥିଲେ। ଅନ୍ୟପକ୍ଷେ ମେଘୱାଲ ଏବେ ସଂସଦୀୟ ବ୍ୟାପାର […]
ନୂଆଦିଲ୍ଲୀ : ସରକାର ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କୁ ଦାୟିତ୍ବ ଅର୍ଜୁନ ରାମ ମେଘୱାଲଙ୍କୁ ଦିଆଯାଇଛି। ଅନ୍ୟପକ୍ଷେ କିରେନ ରିଜିଜୁଙ୍କୁ ଭୂ-ବିଜ୍ଞାନ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ମନ୍ତ୍ରିମଣ୍ଡଳରେ ଏହି ଅଦଳବଦଳ କରିଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଆଜି ଏନେଇ ଏକ ବିବୃତି ଜାରି କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଭୂ-ବିଜ୍ଞାନ ବିଭାଗ ଦାୟିତ୍ବରେ ଥିଲେ। ଅନ୍ୟପକ୍ଷେ ମେଘୱାଲ ଏବେ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏବଂ ସଂସ୍କୃତି ବିଭାଗ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି। କିରେନ ରିଜିଜୁ ନ୍ୟାୟିକ ନିଯୁକ୍ତିକୁ ନେଇ ଲଗାତାର ସୁପ୍ରିମକୋର୍ଟକୁ ଟାର୍ଗେଟ୍ କରି ଆସିଛନ୍ତି। ରିଜିଜୁ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସିଷ୍ଟମ୍କୁ ବିରୋଧ କରିଛନ୍ତି। ରିଜିଜୁ ପୂର୍ବରୁ କ୍ରୀଡ଼ା ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଥିଲେ। ତେବେ ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦଙ୍କ ଇସ୍ତଫା ପରେ ରିଜିଜୁଙ୍କୁ ଆଇନ ମନ୍ତ୍ରାଳୟ ଦାୟିତ୍ବ ମିଳିଥିଲା।




