କେନ୍ଦ୍ରମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା , ୩ ଅଟକ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆଜି କେନ୍ଦ୍ର ମନ୍ତ୍ରୀ କୌଶଳ କିଶୋରଙ୍କ ବାସଭବନରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ବିନୟ ଶ୍ରୀବାସ୍ତବ। ସେ ମନ୍ତ୍ରୀ କୌଶଳ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ସାଙ୍ଗ। ମାମଲାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଅଟକ ଥିବା ବ୍ୟକ୍ତିମାନେ ହେଉଛନ୍ତି ଅଜୟ ରାୱତ, ଅଙ୍କିତ ବର୍ମା ଏବଂ ଶାମିମ ଗାଜି। ପୁଲିସ ଅନୁଯାୟୀ ମୃତ ବିନୟ ଶ୍ରୀବାସ୍ତବଙ୍କ ଭାଇ ବିକାଶ ଶ୍ରୀବାସ୍ତବଙ୍କୁ ଫୋନ୍ କରି […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆଜି କେନ୍ଦ୍ର ମନ୍ତ୍ରୀ କୌଶଳ କିଶୋରଙ୍କ ବାସଭବନରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ବିନୟ ଶ୍ରୀବାସ୍ତବ। ସେ ମନ୍ତ୍ରୀ କୌଶଳ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ସାଙ୍ଗ। ମାମଲାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଅଟକ ଥିବା ବ୍ୟକ୍ତିମାନେ ହେଉଛନ୍ତି ଅଜୟ ରାୱତ, ଅଙ୍କିତ ବର୍ମା ଏବଂ ଶାମିମ ଗାଜି। ପୁଲିସ ଅନୁଯାୟୀ ମୃତ ବିନୟ ଶ୍ରୀବାସ୍ତବଙ୍କ ଭାଇ ବିକାଶ ଶ୍ରୀବାସ୍ତବଙ୍କୁ ଫୋନ୍ କରି ନିଜେ ଅଙ୍କିତ ବର୍ମା ଏହି ଖବର ଦେଇଥିଲା। ଉକ୍ତ ଘଟଣା ପରେ ମନ୍ତ୍ରୀ କିଶୋର କହିଛନ୍ତି ଯେ ଘଟଣା ଘଟିବା ସମୟରେ ତାଙ୍କ ପୁଅ ଘରେ ନଥିଲେ। ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଛନ୍ତି। ତେବେ ଘଟଣାସ୍ଥଳରୁ ପୁଲିସକୁ ମିଳିଥିବା ପିସ୍ତଲ ମନ୍ତ୍ରୀଙ୍କ ପୁଅଙ୍କର ବୋଲି ଜଣାପଡ଼ିଛି।




