କେଜ୍ରିୱାଲଙ୍କ ବିରୋଧରେ ଇଡିର ୫ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ହାଜର କରିଥିଲା। ଏହି ମାମଲାରେ କେଜ୍ରିୱାଲ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଦାବି କରି ଇଡି ଆପ୍ ସୁପ୍ରିମୋ କେଜ୍ରିୱାଲଙ୍କୁ ୧୦ ଦିନ ରିମାଣ୍ଡରେ ନେବାପାଇଁ ଚାହିଥିଲା। ଇଡି ପକ୍ଷରୁ ଆଜି ଅତିରିକ୍ତ ସଲିସିଟର ଜେନେରାଲ ଏଏସଭି ରାଜୁ କୋର୍ଟରେ ହାଜର ହୋଇଥିଲେ। ଏଏସଭି ରାଜୁ କହିଛନ୍ତି, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ […]

Samaya Live Picture
Published On

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ହାଜର କରିଥିଲା। ଏହି ମାମଲାରେ କେଜ୍ରିୱାଲ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଦାବି କରି ଇଡି ଆପ୍ ସୁପ୍ରିମୋ କେଜ୍ରିୱାଲଙ୍କୁ ୧୦ ଦିନ ରିମାଣ୍ଡରେ ନେବାପାଇଁ ଚାହିଥିଲା। ଇଡି ପକ୍ଷରୁ ଆଜି ଅତିରିକ୍ତ ସଲିସିଟର ଜେନେରାଲ ଏଏସଭି ରାଜୁ କୋର୍ଟରେ ହାଜର ହୋଇଥିଲେ। ଏଏସଭି ରାଜୁ କହିଛନ୍ତି, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଜଣେ ମୁଖ୍ୟ ଷଡ଼ଯନ୍ତ୍ରକାରୀ। କେଜ୍ରିୱାଲ ଏହି ଅବକାରୀ ନୀତି ତିଆରି କରିଛନ୍ତି। କେଜ୍ରିୱାଲ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଯୋଗାଯୋଗରେ ଥିବା ଇଡି ଦାବି କରିଛି। ଇଡି ଅଭିଯୋଗ ଅନୁଯାୟୀ କେଜ୍ରିୱାଲ ଏହି ଅବକାରୀ ନୀତି ପ୍ରସ୍ତୁତ କରିବାରେ ସିଧାସଳଖ ଭାବେ ସମ୍ପୃକ୍ତ ଏବଂ ଅପରାଧ ପରିଚାଳନା କରିବାରେ ସେ ସମ୍ପୃକ୍ତ। ଏହି ଅପରାଧ ପରିଚାଳନାକୁ ମଧ୍ୟ ଗୋଆ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରାଯାଇଥିବା ଇଡି ଅଭିଯୋଗ କରିଛି। ମଦ ନୀତି ନିଜ ପାଇଁ ସୁହାଇବା ହେବା ପାଇଁ କେଜ୍ରିୱାଲ ସାଉଥ ଗ୍ରୁପ୍ଠାରୁ ଲାଞ୍ଚ ଦାବି କରିଥିଲେ ବୋଲି ଇଡି କହିଛି। କୋର୍ଟରେ ଇଡିର ଓକିଲ କହିଛନ୍ତ, ଲାଞ୍ଚ ବଦଳରେ ସାଉଥ୍ ଗ୍ରୁପ ଦିଲ୍ଲୀରେ ମଦ ବ୍ୟବସାୟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଥିଲା। ଇଡି ଅନୁଯାୟୀ ଆପ୍ ପୂର୍ବତନ ଯୋଗାଯୋଗ ମୁଖ୍ୟ ବିଜୟ ନେୟାର ସାଉଥ ଗ୍ରୁପ ଏବଂ ଆପ୍ ମଧ୍ୟରେ ମଧ୍ୟସ୍ଥି ଭାବେ କାମ କରୁଥିଲେ। ବିଜୟ ନେୟାର କେଜ୍ରିୱାଲଙ୍କ ବାସଭବନ ନିକଟରେ ଏକ ଘରେ ରହୁଥିଲେ। ଏଏସଜି କହିଛନ୍ତି, ଅପରାଧ ୬୦୦ କୋଟିରୁ ଅଧିକ ହେବ। ଏହି ମାମଲାରେ କେବଳ ୧୦୦ କୋଟି ଟଙ୍କା ଲାଞ୍ଚ ଗ୍ରହଣ କରାଯାଇନି ବରଂ ଏଥିରେ ସମସ୍ତ ପକ୍ଷ କରିଥିବା ଲାଭର ମୂଲ୍ୟ ପ୍ରାୟ ୬୦୦ କୋଟିରୁ ଅଧିକ ହେବ।

Tags: