କେଜ୍ରିୱାଲଙ୍କ ବିରୋଧରେ ଆସନ୍ତାକାଲି ପ୍ରଥମ ଚାର୍ଜସିଟ୍ ଦାଖଲ କରିବ ଇଡି

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଆସନ୍ତାକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିବ। ପ୍ରଥମ ଥର ପାଇଁ କେଜ୍ରିୱାଲଙ୍କୁ ଉକ୍ତ ମାମଲାରେ ଅଭିଯୁକ୍ତ ଦର୍ଶାଯିବ। ଇଡି ଚାର୍ଜସିଟ୍ରେ କେଜ୍ରିୱାଲଙ୍କୁ ଅବକାରୀ ନୀତି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଯିବ। ତଦନ୍ତକାରୀ ସଂସ୍ଥା ଦାବି କରିଛି ଯେ କେଜ୍ରିୱାଲଙ୍କ ସମ୍ପୃକ୍ତି ଥିବା ଏକ ଟଙ୍କା କାରବାର ଏହା […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଆସନ୍ତାକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିବ। ପ୍ରଥମ ଥର ପାଇଁ କେଜ୍ରିୱାଲଙ୍କୁ ଉକ୍ତ ମାମଲାରେ ଅଭିଯୁକ୍ତ ଦର୍ଶାଯିବ। ଇଡି ଚାର୍ଜସିଟ୍ରେ କେଜ୍ରିୱାଲଙ୍କୁ ଅବକାରୀ ନୀତି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଯିବ। ତଦନ୍ତକାରୀ ସଂସ୍ଥା ଦାବି କରିଛି ଯେ କେଜ୍ରିୱାଲଙ୍କ ସମ୍ପୃକ୍ତି ଥିବା ଏକ ଟଙ୍କା କାରବାର ଏହା ଠାବ କରିଛି। ଅନ୍ୟପକ୍ଷେ ସୁପ୍ରିମକୋର୍ଟ ମଧ୍ୟ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କ ପାଇଁ ଅନ୍ତରୀଣ ଜାମିନ ପ୍ରସଙ୍ଗରେ ଆସନ୍ତାକାଲି ଶୁଣାଣି କରିବେ। ଉଲ୍ଳେଖଯୋଗ୍ୟ ଯେ ବୁଧବାର ଦିନ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଇଡି ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେରେନାଲ ଏସଭି ରାଜୁଙ୍କୁ ଶୁକ୍ରବାର ଦିନ ତଥ୍ୟ ସହ ଉପସ୍ଥିତ ରହିବାକୁ କହିଥିଲେ। ଜଷ୍ଟିସ ଖାନ୍ନା କହିଥିଲେ, ଶୁକ୍ରବାର ଦିନ ଅନ୍ତରୀଣ ଜାମିନ ପ୍ରସଙ୍ଗରେ ଆମେ ଅନ୍ତରୀଣ ରାୟ ଦେବୁ। ସେହିପରି କେଜ୍ରିୱାଲଙ୍କ ଗିରଫକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ମଧ୍ୟ ଆସନ୍ତାକାଲି ଶୁଣାରଣି ହେବ।

Tags: