କେଜ୍ରିୱାଲଙ୍କ ପରିବାରକୁ ଗୃହବନ୍ଦୀ ରଖାଯାଇଛି : ଆପ୍‌ ଦଳର ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିବାପରେ ଏହି ଗିରଫକୁ ବିରୋଧ କରି ଆପ୍ ନେତା ଓ କର୍ମୀମାନେ ଦିଲ୍ଳୀ ସମେତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଇତି ମଧ୍ୟରେ ଆପ୍ ନେତାମାନେ ଅଭିଯୋଗ କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ୍ଙ୍କ ପରିବାରକୁ ଗୃହବନ୍ଦୀ ରଖାଯାଇଛି। ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତା ସୌରଭ ଭରଦ୍ବାଜ ଅଭିଯୋଗ କରିଛନ୍ତି ଯେ ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ବୃଦ୍ଧ ପିତାମାତାଙ୍କୁ ମାନସଚି ଚାପରେ […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିବାପରେ ଏହି ଗିରଫକୁ ବିରୋଧ କରି ଆପ୍ ନେତା ଓ କର୍ମୀମାନେ ଦିଲ୍ଳୀ ସମେତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଇତି ମଧ୍ୟରେ ଆପ୍ ନେତାମାନେ ଅଭିଯୋଗ କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ୍ଙ୍କ ପରିବାରକୁ ଗୃହବନ୍ଦୀ ରଖାଯାଇଛି। ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତା ସୌରଭ ଭରଦ୍ବାଜ ଅଭିଯୋଗ କରିଛନ୍ତି ଯେ ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ବୃଦ୍ଧ ପିତାମାତାଙ୍କୁ ମାନସଚି ଚାପରେ ରଖାଯାଉଛି। ଏଭଳି ଲଜ୍ଜାଜନକ କାମ ବ୍ରିଟିଶ୍ ସରକାର ମଧ୍ୟ କରିନଥିଲା। ଏନେଇ ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଲେଖିଛନ୍ତି ଯେ କେଜ୍ରିୱାଲ୍ ଗିରଫ ହୋଇଛନ୍ତି। ତେବେ ଏହି ସମୟରେ ତାଙ୍କ ପରିବାର ସଦସ୍ୟକୁ ସାଧାରଣ ମାନବିକତା ଦୃଷ୍ଟିରୁ ସାଧାରଣ ଲୋକ, ଦଳର ଲୋକ, ସମ୍ପର୍କୀୟ ଭେଟିବାକୁ ଚାହୁଁଛନ୍ତି, କିନ୍ତୁ ଗତକାଲି ଠାରୁ କାହାରିକୁ ଭେଟିବାକୁ ସୁଯୋଗ ମିଳିନାହିଁ। ଆପ୍ ବିଧାୟକ ଦୁର୍ଗେଶ ପାଠକ କହିଛନ୍ତି ଯେ ସେମାନେ କେଜ୍ରିୱାଲ୍ଙ୍କ ପରିବାରକୁ ଭେଟିବାକୁ ଆସିଥିଲେ। ସେମାନଙ୍କୁ ଭେଟିବାକୁ ସୁଯୋଗ ଦିଆଗଲା ନାହିଁ। ସେମାନଙ୍କୁ ଗୃହବନ୍ଦୀ ରଖଯାଇଛି ବୋଲି ସେ କହିଛନ୍ତି।

Tags: