କେଜ୍ରିୱାଲଙ୍କ ଜାମିନ ମିଆଦ ବୃଦ୍ଧି ଆବେଦନ ଉପରେ ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ପାଇଁ ଜାମିନରେ ଜେଲ୍ରୁ ମୁକୁଳିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଜାମିନ ମିଆଦକୁ ଆଉ ସପ୍ତାହେ ବୃଦ୍ଧି କରିବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଏହି ଆବେଦନର ସେ ଜରୁରୀ ଶୁଣାଣି କରିବାପାଇଁ ନିବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କେଜ୍ରିୱାଲଙ୍କ ଆବେଦନର ଜରୁରୀ ଶୁଣାଣି କରିପାରିବେନି ବୋଲି ମନା କରିଦେଇଛନ୍ତି। ଅନ୍ୟପକ୍ଷେ କେଜ୍ରିୱାଲଙ୍କ ଆବେଦନ ଉପରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ନିଷ୍ପତ୍ତି […]

Samaya Live Picture
Published On

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ପାଇଁ ଜାମିନରେ ଜେଲ୍ରୁ ମୁକୁଳିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଜାମିନ ମିଆଦକୁ ଆଉ ସପ୍ତାହେ ବୃଦ୍ଧି କରିବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଏହି ଆବେଦନର ସେ ଜରୁରୀ ଶୁଣାଣି କରିବାପାଇଁ ନିବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କେଜ୍ରିୱାଲଙ୍କ ଆବେଦନର ଜରୁରୀ ଶୁଣାଣି କରିପାରିବେନି ବୋଲି ମନା କରିଦେଇଛନ୍ତି। ଅନ୍ୟପକ୍ଷେ କେଜ୍ରିୱାଲଙ୍କ ଆବେଦନ ଉପରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ନିଷ୍ପତ୍ତି ନେବେ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ଆବେଦନକୁ ଲିଷ୍ଟିଂ କରିବାରେ ସିଜେଆଇ ହିଁ ସଠିକ୍ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, କେଜ୍ରିୱାଲ ଏକ ଆବେଦନ କରି କହିଥିଲେ ଯେ ନିର୍ବାଚନ ଫଳ ବାହାରିବାର ୫ ଦିନ ପରେ ତଥା ଜୁନ୍ ୯ ତାରିଖରେ ସେ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ। କେଜ୍ରିୱାଲଙ୍କ ଓକିଲ କହିଥିଲେ ଆଇନଗତ ପ୍ରକ୍ରିୟାକୁ ଏଡ଼ାଇବାର କୌଣସି ବିପଦ ନାହିଁ ଏବଂ ସୁପ୍ରିମକୋର୍ଟଙ୍କ ସର୍ତ୍ତର ଅନୁକରଣ କରାଯାଉଛି।

Tags: