କେଜ୍ରିୱାଲଙ୍କ କାର୍‌ ଉପରକୁ ପଥର ମାଡ଼

ନୂଆଦିଲ୍ଲୀ: ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀରେ ପ୍ରଚାର କରିବା ସମୟରେ ତାଙ୍କ କାର୍‌ ଉପରେ ଆକ୍ରମଣ ହ‌ୋଇଥିବା ଆପ୍‌ ଅଭି‌ଯୋଗ କରିଛି। ବିଜେପି କେଜ୍ରିୱାଲଙ୍କ କାର୍‌ ଉପରେ ପଥର ମାଡ଼ କରି ପ୍ରଚାର ଭଣ୍ଡୁର କରିବାକୁ ଚେଷ୍ଟା କରିଛି ବୋଲି ଆପ୍‌ ଅଭିଯୋଗ କରିଛି। ଅନ୍ୟପକ୍ଷେ ବିଜେପି ସାଂସଦ ପରବେଶ ବର୍ମା ଅଭିଯୋଗ କରିଛନ୍ତି ଯେ ପ୍ରଚାର ସମୟରେ କେଜ୍ରିୱାଲଙ୍କ କାର୍‌ ୨ ଜଣଙ୍କୁ ଧକ୍କା ଦେଇଥିଲା। କେଜ୍ରିୱାଲ […]

Samaya Live Picture
Published On

ନୂଆଦିଲ୍ଲୀ: ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀରେ ପ୍ରଚାର କରିବା ସମୟରେ ତାଙ୍କ କାର୍‌ ଉପରେ ଆକ୍ରମଣ ହ‌ୋଇଥିବା ଆପ୍‌ ଅଭି‌ଯୋଗ କରିଛି। ବିଜେପି କେଜ୍ରିୱାଲଙ୍କ କାର୍‌ ଉପରେ ପଥର ମାଡ଼ କରି ପ୍ରଚାର ଭଣ୍ଡୁର କରିବାକୁ ଚେଷ୍ଟା କରିଛି ବୋଲି ଆପ୍‌ ଅଭିଯୋଗ କରିଛି। ଅନ୍ୟପକ୍ଷେ ବିଜେପି ସାଂସଦ ପରବେଶ ବର୍ମା ଅଭିଯୋଗ କରିଛନ୍ତି ଯେ ପ୍ରଚାର ସମୟରେ କେଜ୍ରିୱାଲଙ୍କ କାର୍‌ ୨ ଜଣଙ୍କୁ ଧକ୍କା ଦେଇଥିଲା। କେଜ୍ରିୱାଲ ନିଜେ ଯୁବକମାନଙ୍କୁ ଧକ୍କା ଦେବାପାଇଁ ଡ୍ରାଇଭରଙ୍କୁ କହିଥିବା ବର୍ମା ଦାବି କରିଛନ୍ତି। ତେବେ ଆପ୍‌ ଏହି ଘଟଣାର ଏକ ଭିଡିଓ ଜାରି କରିଛି। କେଜ୍ରିୱାଲଙ୍କ କାର୍‌କୁ ପଥର ମାଡ଼ ହୋଇଥିବା ଆପ୍‌ ଦାବି କରିଛି। ଏକ୍ସରେ ଏକ ଭିଡିଓ ପୋଷ୍ଟ୍‌ କରି ଆପ୍‌ କହିଛି ଯେ ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ଗୁଣ୍ଡାମାନେ ଅରବିନ୍ଦ କେଜ୍ରିୱାଲ ପ୍ରଚାର କରିବା ସମୟରେ ତାଙ୍କ ଗାଡ଼ି ଉପରେ ପଥର ମାଡ଼ କରି ତାଙ୍କୁ ଆଘାତ ଦେବାପାଇଁ ଚେଷ୍ଟା କରିଛନ୍ତି। ଆପ୍‌ ଏହି ପୋଷ୍ଟ୍‌ରେ କହିଛି- ‘କେଜ୍ରିୱାଲଜୀ ଏଭଳି ଭୀରୁତାପୂର୍ଣ୍ଣ ଆକ୍ରମଣକୁ ଆଦୌ ଭୟ କରୁନାହାନ୍ତି। ଦିଲ୍ଲୀ ଲୋକମାନେ ତୁମୁକ ସଠିକ୍‌ ଜବାବ ଦେବେ।’ ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି ଯେ କିଛି ଲୋକ କେଜ୍ରିୱାଲଙ୍କ ଗାଡ଼ମାଳାକୁ କଳା ପତାକା ଦେଖାଉଛନ୍ତି। ଅନ୍ୟପକ୍ଷେ ଆପ୍‌ର ଏହି ପୋଷ୍ଟ୍‌ ଉପରେ ପ୍ରତିକ୍ରିୟା ରଖି ନୂଆଦିଲ୍ଲୀ ଆସନର ବିଜେପି ପ୍ରାର୍ଥୀ ପରବେଶ ବର୍ମା ‘ଏକ୍ସ’ରେ ପୋଷ୍ଟ୍‌ କରି କହିଛନ୍ତି, ଲୋକମାନେ ପ୍ରଶ୍ନ କରୁଥିବାବେଳେ କେଜ୍ରିୱାଲ ତାଙ୍କ କାର୍‌ରେ ୨ ଜଣଙ୍କୁ ଧକ୍କା ଦେଇଥିଲେ।। ଉଭୟଙ୍କୁ ହସ୍ପିଟାଲ୍‌ ନିଆଯାଇଛି।

Tags: