କେଜ୍ରିୱାଲଙ୍କୁ ସିବିଆଇର ଗିରଫ କରିବା ମାମଲାରେ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ.: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିବା ମାମଲାରେ ହାଇକୋର୍ଟ ସିବିଆଇଠାରୁ ଜବାବ ମାଗିଛନ୍ତି। ସିବିଆଇ ୭ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୭ ତାରିଖରେ ହେବ। ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଂହଭି କହିଛନ୍ତି, କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିବାର କୌଣସି ଆବଶ୍ୟକତା ନଥିଲା। ସିବିଆଇ କେଜ୍ରିୱାଲଙ୍କ ବିରୋଧରେ ୨୦୨୨ ଅଗଷ୍ଟରେ […]

Samaya Live Picture
Published On

ନୂଆଦିଲ୍ଲୀ.: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିବା ମାମଲାରେ ହାଇକୋର୍ଟ ସିବିଆଇଠାରୁ ଜବାବ ମାଗିଛନ୍ତି। ସିବିଆଇ ୭ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୭ ତାରିଖରେ ହେବ। ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଂହଭି କହିଛନ୍ତି, କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିବାର କୌଣସି ଆବଶ୍ୟକତା ନଥିଲା। ସିବିଆଇ କେଜ୍ରିୱାଲଙ୍କ ବିରୋଧରେ ୨୦୨୨ ଅଗଷ୍ଟରେ ଏତଲା ରୁଜୁ କଲା ଏବଂ ୨୦୨୩ ଏପ୍ରିଲରେ ତାଙ୍କୁ ସମନ୍‌ କରି ୯ ଘଣ୍ଟା ପାଇଁ ଜେରା କଲା। ଏପ୍ରିଲ ମାସଠାରୁ ଏଯାବତ କିଛି ହେଲାନି। କିନ୍ତୁ ଏବେ ତାଙ୍କୁ ଗିରଫ କରାଯାଉଛି। ସିଂହଭି କହିଛନ୍ତି, କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ଜେଲ୍‌ରେ ରହିଥିବାରୁ ପୁଣିଥରେ ତାଙ୍କର ଗିରଫର କୌଣସି ଆବଶ୍ୟକତା ନଥିଲା। ସେ ଜଣେ ଆତଙ୍କବାଦୀ ନୁହନ୍ତି। କେଜ୍ରିୱାଲଙ୍କ ପକ୍ଷ ଶୁଣିବାପରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ନିନା ବଂସଲ କ୍ରୀଷ୍ଣାଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ସିବିଆଇକୁ ନୋଟିସ କରି ଉକ୍ତ ପ୍ରସଙ୍ଗରେ ଜବାବ ମାଗିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜୁନ୍‌ ୨୬ ତାରିଖରେ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଥିଲା। ଏହା ପୂର୍ବରୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା।

Tags: