କେଜ୍ରିୱାଲଙ୍କୁ ସପ୍ତମ ସମନ୍ ଜାରି କଲେ ଇଡି
ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ କରିଛନ୍ତି। ଆସନ୍ତା ଫେବ୍ରୁଆରି ୨୬ରେ କେଜ୍ରିୱାଲଙ୍କୁ ଇଡିରେ ହାଜର ହେବାପାଇଁ କୁହାଯାଇଛି। ଏହା ତାଙ୍କୁ ସପ୍ତମ ସମନ୍। ଫେବ୍ରୁଆରି ୧୪ରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ସମନ୍ ଜାରି କରିଥିଲେ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ବାରମ୍ବାର ସମନ କରୁଥିଲେ ସୁଦ୍ଧା କେଜ୍ରିୱାଲ ହାଜର ହେଉନାହାନ୍ତି। ପୂର୍ବରୁ କେଜ୍ରିୱାଲ ଫେବ୍ରୁଆରି ୨, ଜାନୁଆରି ୧୮, ଜାନୁଆରି ୩, […]
ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ କରିଛନ୍ତି। ଆସନ୍ତା ଫେବ୍ରୁଆରି ୨୬ରେ କେଜ୍ରିୱାଲଙ୍କୁ ଇଡିରେ ହାଜର ହେବାପାଇଁ କୁହାଯାଇଛି। ଏହା ତାଙ୍କୁ ସପ୍ତମ ସମନ୍। ଫେବ୍ରୁଆରି ୧୪ରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ସମନ୍ ଜାରି କରିଥିଲେ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ବାରମ୍ବାର ସମନ କରୁଥିଲେ ସୁଦ୍ଧା କେଜ୍ରିୱାଲ ହାଜର ହେଉନାହାନ୍ତି। ପୂର୍ବରୁ କେଜ୍ରିୱାଲ ଫେବ୍ରୁଆରି ୨, ଜାନୁଆରି ୧୮, ଜାନୁଆରି ୩, ନଭେମ୍ବର ୨ ଏବଂ ଡିସେମ୍ବର ୨୨ରେ ସମନ୍ କରିଥିଲେ। କେଜ୍ରିୱାଲ ଇଡିରେ ହାଜର ନହେବା ସହ କହିଥିଲେ ଏହା ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।




