କେଜ୍ରିୱାଲଙ୍କୁ ଭେଟିଲେ ନୀତୀଶ
ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତୀଶ ସବୁ ବିରୋଧୀ ଦଳଙ୍କୁ ବିଜେପି ବିରୋଧରେ ଏକଜୁଟ କରିବାକୁ ପ୍ରୟାସ କରିଛନ୍ତି। ଏହି ପ୍ରୟାସ ଅନ୍ତର୍ଗତ ନୀତୀଶ ଆଜି କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ନୀତୀଶଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଦଳୀୟ ନେତା ମନୋଜ ଝା, ଲଳନ ସିଂହ ଏବଂ ସଂଜୟ ଝା ମଧ୍ୟ କେଜ୍ରିୱାଲଙ୍କୁ ଭେଟିଛନ୍ତି। କେନ୍ଦ୍ର ସରକାରଙ୍କ […]
ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତୀଶ ସବୁ ବିରୋଧୀ ଦଳଙ୍କୁ ବିଜେପି ବିରୋଧରେ ଏକଜୁଟ କରିବାକୁ ପ୍ରୟାସ କରିଛନ୍ତି। ଏହି ପ୍ରୟାସ ଅନ୍ତର୍ଗତ ନୀତୀଶ ଆଜି କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ନୀତୀଶଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଦଳୀୟ ନେତା ମନୋଜ ଝା, ଲଳନ ସିଂହ ଏବଂ ସଂଜୟ ଝା ମଧ୍ୟ କେଜ୍ରିୱାଲଙ୍କୁ ଭେଟିଛନ୍ତି। କେନ୍ଦ୍ର ସରକାରଙ୍କ ନ୍ୟାସନାଲ କ୍ୟାପିଟାଲ ସିଭିଲ ସର୍ଭିସ ଅଥରିଟି ଅଧ୍ୟାଦେଶ ଉପରେ କେଜ୍ରିୱାଲ ବିରୋଧୀ ନେତାଙ୍କୁ ଭେଟିବେ ବୋଲି କହିବାପରେ ନୀତୀଶ ଆଜି କେଜ୍ରିୱାଲଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ଏହି ଅଧ୍ୟାଦେଶ ଉପରେ ଆଲୋଚନା ହୋଇପାରେ। ତେବେ ମାସକରେ ଏହା ନୀତୀଶ ଏବଂ କେଜ୍ରିୱାଲଙ୍କ ମଧ୍ୟରେ ଦ୍ବିତୀୟ ବୈଠକ।




