କେଜ୍ରିୱାଲଙ୍କୁ ଇସି ନୋଟିସ୍‌

ନୂଆଦିଲ୍ଲୀ: ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଅଭିଯୋଗ କରି କହିଥିଲେ ଯେ ଦିଲ୍ଲୀ ଆସୁଥିବା ଯମୁନା ନଦୀ ଜଳରେ ହରିୟାଣା ସରକାର ବିଷ ମିଶାଉଛନ୍ତି। ତେବେ କେଜ୍ରିୱାଲଙ୍କର ଏହି ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଇସି (ନିର୍ବାଚନ କମିସନ)। କେଜ୍ରିୱାଲଙ୍କ ଏହି ବିଷ ଟିପ୍ପଣୀ ପାଇଁ ଇସି ଆଜି ତାଙ୍କୁ ନୋଟିସ କରିଛନ୍ତି। କେଜ୍ରିୱାଲଙ୍କ ଏଭଳି ଗୁରୁତର ଅଭିଯୋଗ ଅତି ସାଂଘାତିକ ପରିଣାମ ଆଣିପାରେ କହି ଇସି ଚିନ୍ତା ପ୍ରକଟ କରିଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ: ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଅଭିଯୋଗ କରି କହିଥିଲେ ଯେ ଦିଲ୍ଲୀ ଆସୁଥିବା ଯମୁନା ନଦୀ ଜଳରେ ହରିୟାଣା ସରକାର ବିଷ ମିଶାଉଛନ୍ତି। ତେବେ କେଜ୍ରିୱାଲଙ୍କର ଏହି ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଇସି (ନିର୍ବାଚନ କମିସନ)। କେଜ୍ରିୱାଲଙ୍କ ଏହି ବିଷ ଟିପ୍ପଣୀ ପାଇଁ ଇସି ଆଜି ତାଙ୍କୁ ନୋଟିସ କରିଛନ୍ତି। କେଜ୍ରିୱାଲଙ୍କ ଏଭଳି ଗୁରୁତର ଅଭିଯୋଗ ଅତି ସାଂଘାତିକ ପରିଣାମ ଆଣିପାରେ କହି ଇସି ଚିନ୍ତା ପ୍ରକଟ କରିଛନ୍ତି। ଇସି କହିଛନ୍ତି, ଏଭଳି ଟିପ୍ପଣୀ ଆଞ୍ଚଳିକ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବ ଏବଂ ପଡ଼ୋଶୀ ରାଜ୍ୟମାନଙ୍କ ମଧ୍ୟରେ ବିବାଦ ବଢ଼ାଇବ। ସେହିପର ଜଳ ଅଭାବ ପାଇଁ ଆଇନ ଶୃଙ୍ଖଳା ସ୍ଥିତି ବି ସୃଷ୍ଟି ହୋଇପାରେ।‌ ତେଣୁ ଇସି କେଜ୍ରିୱାଲଙ୍କୁ ନୋଟିସ୍‌ କରିବା ସହ ଆଜି ସନ୍ଧ୍ୟା ୮ଟା ସୁଦ୍ଧା ପ୍ରମାଣ ଉପସ୍ଥାପନ କରିବାପାଇଁ କହିଛନ୍ତି। ପ୍ରମାଣ ଦେବାରେ ଅସମର୍ଥ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଇସି ଚେତାଇ ଦେଇଛନ୍ତି।

Tags: