କେଜ୍ରିୱାଲଙ୍କୁ ଇଡି ସମନ୍‌, ନଭେମ୍ବର ୨ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ୍‌ କରିଛି। ଆସନ୍ତା ନଭେମ୍ବର ୨ ତାରିଖରେ କେଜ୍ରିୱାଲଙ୍କୁ ଇଡିରେ ହାଜର ହେବା ପାଇଁ କୁହାଯାଇଛି। ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଜାମିନ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେବା ପରେ କ୍ରେଜିୱାଲଙ୍କୁ ଇଡି ସମନ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଇଡି ସମନ୍‌ ଉପରେ ପ୍ରତିକ୍ରିୟା ରଖି […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ୍‌ କରିଛି। ଆସନ୍ତା ନଭେମ୍ବର ୨ ତାରିଖରେ କେଜ୍ରିୱାଲଙ୍କୁ ଇଡିରେ ହାଜର ହେବା ପାଇଁ କୁହାଯାଇଛି। ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଜାମିନ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେବା ପରେ କ୍ରେଜିୱାଲଙ୍କୁ ଇଡି ସମନ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଇଡି ସମନ୍‌ ଉପରେ ପ୍ରତିକ୍ରିୟା ରଖି ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି, ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ କେନ୍ଦ୍ରର ଗୋଟିଏ ଲକ୍ଷ୍ୟ, ତାହା ହେଲା ଯେକୌଣସି ମତେ ଆପ୍‌କୁ ଧ୍ବଂସ କରିବା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲଙ୍କୁ ଜେଲ୍‌ରେ ଭର୍ତ୍ତି କରିବା ଏବଂ ଆପ୍‌କୁ ଧ୍ବଂସ କରିବା ପାଇଁ ସେମାନେ ଯେକୌଣସି ଉଦ୍ୟମକୁ ହାତଛଡ଼ା କରୁନଥିବା ସେ କହିଛନ୍ତି।

Tags: