କେଏସ୍ଆର୍ଟିସି ବସ୍ ସହ କାର୍ର ମୁହାଁମୁହିଁ ଧକ୍କା: ୫ ମେଡିକାଲ ଛାତ୍ରଙ୍କ ମୃତ୍ୟୁ
ଥିରୁଅନନ୍ତପୁରମ୍: କେରଳର ଆଲ୍ପୁଝା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମେଡିକାଲ ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମହମ୍ମଦ, ମୁହାସିନ, ଇବ୍ରାହିମ, ଦେବାନନ୍ଦ ଏବଂ ଶ୍ରୀଦୀପ। ୭ ଜଣ ମେଡିକାଲ ଛାତ୍ର ଯାତ୍ରା କରୁଥିବା ଏକ ସେଭ୍ରଲି ଟାଭେରା କାର୍ ଗତ ରାତିରେ କେଏସ୍ଆରଟିସି (କେରଳ ରାଜ୍ୟ ସଡ଼କ ପରିବହନ ନିଗମ) ଯାତ୍ରୀବାହୀ ବସ୍ ସହ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୨ ଜଣ ଛାତ୍ର ଆହତ […]
ଥିରୁଅନନ୍ତପୁରମ୍: କେରଳର ଆଲ୍ପୁଝା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମେଡିକାଲ ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମହମ୍ମଦ, ମୁହାସିନ, ଇବ୍ରାହିମ, ଦେବାନନ୍ଦ ଏବଂ ଶ୍ରୀଦୀପ। ୭ ଜଣ ମେଡିକାଲ ଛାତ୍ର ଯାତ୍ରା କରୁଥିବା ଏକ ସେଭ୍ରଲି ଟାଭେରା କାର୍ ଗତ ରାତିରେ କେଏସ୍ଆରଟିସି (କେରଳ ରାଜ୍ୟ ସଡ଼କ ପରିବହନ ନିଗମ) ଯାତ୍ରୀବାହୀ ବସ୍ ସହ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୨ ଜଣ ଛାତ୍ର ଆହତ ହୋଇଛନ୍ତି। ଦୁର୍ଘଟଣାର ପ୍ରଭାବ ଏତେ ସାଂଘାତିକ ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଚୁର୍ମାର ହୋଇଯାଇଛି। ଗାଡ଼ି କଟାଯାଇ ମେଡିକାଲ ଛାତ୍ରଙ୍କୁ କାର୍ରୁ ବାହାର କରାଯାଇଥିଲା। ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଯାଇଛି। ଗୁରୁତର ଆହତ ୨ ଛାତ୍ରଙ୍କୁ ଆଲ୍ପୁଝା ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତ ଛାତ୍ରମାନେ ପ୍ରଥମ ବର୍ଷର ଛାତ୍ର। ସେମାନେ ବନ୍ଦନମ ମେଡିକାଲ କଲେଜରେ ଅଧ୍ୟୟନ କରୁଥିଲେ। ପୁଲିସ ଅନୁଯାୟୀ ବସ୍ର ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।




