କୃଷି କ୍ଷେତ୍ରକୁ ମିଳିଲା ୧ଲକ୍ଷ ୫୨ହଜାର କୋଟି ଟଙ୍କା; ଚିଙ୍ଗୁଡ଼ି ଚାଷକୁ ପ୍ରୋତ୍ସାହନ ମିଳିବ
ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ରେ ଏଥର କୃଷି ଓ ତତ୍ ସଂଲଗ୍ନ କ୍ଷେତ୍ରକୁ ମିଳିଛି ୧ ଲକ୍ଷ ୫୨ ହଜାର କୋଟି ଟଙ୍କା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବା ବେଳେ ଏହି ଘୋଷଣା କରିଛନ୍ତି। ଏଥର ବଜେଟରେ ପ୍ରାକୃତିକ ଚାଷ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ କୃଷି […]
ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ରେ ଏଥର କୃଷି ଓ ତତ୍ ସଂଲଗ୍ନ କ୍ଷେତ୍ରକୁ ମିଳିଛି ୧ ଲକ୍ଷ ୫୨ ହଜାର କୋଟି ଟଙ୍କା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବା ବେଳେ ଏହି ଘୋଷଣା କରିଛନ୍ତି। ଏଥର ବଜେଟରେ ପ୍ରାକୃତିକ ଚାଷ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ କୃଷି କ୍ଷେତ୍ରରେ ଯୋଡ଼ାଯିବ। ଏହା ଦ୍ୱାରା ରାସାୟନିକ ସାର ଏବଂ କୀଟନାଶକ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଏହାବାଦ୍ ୧୦ ହଜାର ବାୟୋ ରିସର୍ଚ୍ଚ ସେଣ୍ଟର ନିର୍ମାଣ ହେବ। ୩୨ଟି ଫସଲର ୧୦୯ଟି ନୂଆ କିସମ ଅଣାଯିବ। ପନିପରିବା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଅଧିକ ଏଫ୍ପିଓ ଗଠନ କରାଯିବ। ୪୦୦ ଜିଲ୍ଲାରେ ଫସଲର ଡିଜିଟାଲ ସର୍ଭେ କରାଯିବ। ସେହିପରି ଚିଙ୍ଗୁଡ଼ି ଚାଷ ଓ ମାର୍କେଟିଂକୁ ପ୍ରୋତ୍ସାହନ ଦିଆଯିବା ଭଳି କୃଷି ଉପଯୋଗୀ ଘୋଷଣା କରାଯାଇଛି।




