କୃଷକଙ୍କ ‘ଦିଲ୍ଲୀ ଚଲୋ’ ଯାତ୍ରା ପାଇଁ ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ପ୍ରାୟ ୨୦୦ରୁ ଅଧିକ ଚାଷୀ ସଂଗଠନ ଆସନ୍ତା ଫେବ୍ରୁଆରି ୧୩ ତାରିଖରେ ‘ଦିଲ୍ଲୀ ଚଲୋ’ ଯାତ୍ରା କରିବାକୁ ଯାଉଛନ୍ତି। ଏନେଇ ଦିଲ୍ଲୀ ଏବଂ ହରିୟାଣାରେ ହାଇ ଆଲର୍ଟ ଜାରି ହୋଇଛି। ହରିୟାଣା ପୁଲିସ ଏକ ଟ୍ରାଫିକ ନିର୍ଦ୍ଦେଶାବଳି ଜାରି କରି ଲୋକମାନଙ୍କୁ ଅତ୍ୟନ୍ତ ଆବଶ୍ୟକ ନଥିଲେ ମୁଖ୍ୟ ରାସ୍ତା ବ୍ୟବହାର ନକରିବାପାଇଁ କହିଛି। ଦିଲ୍ଲୀର ସିଲମପୁର ଜିଲ୍ଲା ଏବଂ ହରିୟାଣାର ପଞ୍ଚକୁଳା ସହରରେ ବିଶାଳ ସମାବେଶ ନିଷିଦ୍ଧ କରାଯାଇଛି। ହରିୟାଣା ଏବଂ ପଂଜାବର କୃଷକମାନଙ୍କୁ […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରାୟ ୨୦୦ରୁ ଅଧିକ ଚାଷୀ ସଂଗଠନ ଆସନ୍ତା ଫେବ୍ରୁଆରି ୧୩ ତାରିଖରେ ‘ଦିଲ୍ଲୀ ଚଲୋ’ ଯାତ୍ରା କରିବାକୁ ଯାଉଛନ୍ତି। ଏନେଇ ଦିଲ୍ଲୀ ଏବଂ ହରିୟାଣାରେ ହାଇ ଆଲର୍ଟ ଜାରି ହୋଇଛି। ହରିୟାଣା ପୁଲିସ ଏକ ଟ୍ରାଫିକ ନିର୍ଦ୍ଦେଶାବଳି ଜାରି କରି ଲୋକମାନଙ୍କୁ ଅତ୍ୟନ୍ତ ଆବଶ୍ୟକ ନଥିଲେ ମୁଖ୍ୟ ରାସ୍ତା ବ୍ୟବହାର ନକରିବାପାଇଁ କହିଛି। ଦିଲ୍ଲୀର ସିଲମପୁର ଜିଲ୍ଲା ଏବଂ ହରିୟାଣାର ପଞ୍ଚକୁଳା ସହରରେ ବିଶାଳ ସମାବେଶ ନିଷିଦ୍ଧ କରାଯାଇଛି। ହରିୟାଣା ଏବଂ ପଂଜାବର କୃଷକମାନଙ୍କୁ ଦିଲ୍ଲୀ ସୀମାରେ ପହଞ୍ଚାଇବାକୁ ନଦେବାପାଇଁ ଦିଲ୍ଳୀ ପୁଲିସ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୀମା ନିକଟରେ ବଡ଼ ବଡ଼ କ୍ରେନ୍ ଏବଂ କଣ୍ଟେନର ରଖାଯାଇଛି। ଯଦି କୃଷକମାନେ ଯେକୌଣସି ଉପାୟରେ ହରିୟାଣା ଏବଂ ପଂଜାବ ଅତିକ୍ରମ କରି ଦିଲ୍ଲୀ ସୀମା ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିବାକୁ ଉଦ୍ୟମ କଲେ ସୀମା ସିଲ୍ କରାଯିବ। ହରିୟାଣା ପୁଲିସ ମଧ୍ୟ ଲୋକଙ୍କୁ ପଂଜାବ ଯିବାପାଇଁ ବାରଣ କରିଛି। ପ୍ରସ୍ତାବିତ ‘ଦିଲ୍ଲୀ ଚଲୋ’ ପଦଯାତ୍ରାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱାଧୀନ ହରିୟାଣା ସରକାର ଅନେକ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍, ବଲ୍କ ଏସ୍ଏମ୍ଏସ୍ ଏବଂ ସମସ୍ତ ଡଙ୍ଗଲ୍ ସେବାକୁ ଫେବ୍ରୁଆରି ୧୩ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଅମ୍ବାଲା, କୁରୁକ୍ଷେତ୍ର, କୈଥାଲ, ଜିନ୍ଦ, ହିସାର, ଫତେହାବାଦ ଓ ସିରସା ଆଦି ଜିଲ୍ଲାରେ ଏହି ସେବା ବନ୍ଦ ରହିଛି। ହରିୟାଣାର ସୀମାକୁ ମଧ୍ୟ ସିଲ୍ କରିଦିଆଯାଇଛି। ହରିୟାଣା ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଭଏସ୍ କଲ୍ ବ୍ୟତୀତ ମୋବାଇଲ୍ ନେଟ୍ୱାର୍କରେ ଦିଆଯାଉଥିବା ବଲ୍କ ଏସ୍ଏମ୍ଏସ୍ ଏବଂ ସମସ୍ତ ଡଙ୍ଗଲ୍ ସେବା ବନ୍ଦ ରହିବ। ଫେବ୍ରୁଆରି ୧୧ ସକାଳ ୬ଟାରୁ ୧୩ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ। ସେପଟେ କୃଷକଙ୍କ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ପଞ୍ଜାବ ଓ ହରିୟାଣା ମଧ୍ୟରେ ଅମ୍ବାଲା, ଜିନ୍ଦ ଓ ଫତେହାବାଦ ଜିଲ୍ଲାର ସୀମାକୁ ବ୍ୟାରିକେଡ୍ ଦ୍ବାରା ସୁରକ୍ଷିତ ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Tags: