କୃଷକଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ହରିୟାଣାର ସୋନିପତରେ କୃଷକମାନଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିଛନ୍ତି। ରାହୁଲ ଆଜି ହିମାଚଳପ୍ରଦେଶ ଯାଉଥିବାବେଳେ ବାଟରେ ସୋନିପତ ନିକଟରେ ଅଟକିଥିଲେ। ବିଲରେ ପଶି ରାହୁଲ କୃଷକଙ୍କୁ ତୋଳି ‌ରୋଇବାରେ ସାହାଯ୍ୟ କରିଥିବା ଦେଖିବାକୁ ମିଳିଛି। ସୋନିପତର ମଦିନା ଗ୍ରାମରେ ଆଜି ରାହୁଲ କୃଷକଙ୍କ ସହ କିଛି ସମୟ ଅତିବାହିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ଏବେ ସମାଜର ବିଭିନ୍ନ ଶ୍ରେଶୀର ଲୋକଙ୍କ ସହ ଯୋଡ଼ି ‌ହେଉଛନ୍ତି। ୨୦୨୪ […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ହରିୟାଣାର ସୋନିପତରେ କୃଷକମାନଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିଛନ୍ତି। ରାହୁଲ ଆଜି ହିମାଚଳପ୍ରଦେଶ ଯାଉଥିବାବେଳେ ବାଟରେ ସୋନିପତ ନିକଟରେ ଅଟକିଥିଲେ। ବିଲରେ ପଶି ରାହୁଲ କୃଷକଙ୍କୁ ତୋଳି ‌ରୋଇବାରେ ସାହାଯ୍ୟ କରିଥିବା ଦେଖିବାକୁ ମିଳିଛି। ସୋନିପତର ମଦିନା ଗ୍ରାମରେ ଆଜି ରାହୁଲ କୃଷକଙ୍କ ସହ କିଛି ସମୟ ଅତିବାହିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ଏବେ ସମାଜର ବିଭିନ୍ନ ଶ୍ରେଶୀର ଲୋକଙ୍କ ସହ ଯୋଡ଼ି ‌ହେଉଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ରାହୁଲ ଜୋରଦାର ଲାଗି ପଡ଼ିଛନ୍ତି। ନିକଟରେ ସେ ଦିଲ୍ଲୀର କାରୋଲ ବାଗ୍ ଅଞ୍ଚଳ‌ରେ ଏକ ବାଇକ୍‌ ମେକାନିକ ୱାର୍କସପ୍‌ ଯାଇଥିଲେ ଏବଂ ମେକାନିକ୍‌ଙ୍କ ସହ କଥା ହୋଇଥିଲେ।

Tags: