କୂଟନୈତିକ ବିବାଦ ମଧ୍ୟରେ ଭାରତରେ ଜି-୨୦ ସମ୍ମିଳନୀରେ ଯୋଗ ଦେଲାନି କାନାଡ଼ା
ନୂଆଦିଲ୍ଲୀ: କାନାଡ଼ା ସିନେଟ୍ର ସ୍ପିକର ଗୁରୁବାର ଦିନ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ରାଷ୍ଟ୍ର ସଂସଦର ପ୍ରିଜାଇଡିଂ ଅଫିସର୍ଙ୍କ ସମ୍ମିଳନୀରେ ଯୋଗ ଦେଇନାହାନ୍ତି। ହରଦୀପ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡ଼ା ଅଭିଯୋଗ କରିବାପରେ ଭାରତ-କାନାଡ଼ା କୂଟନୈତିକ ବିବାଦ ଘନେଇଥିବାବେଳେ ଏଭଳି ସମୟରେ କାନାଡ଼ା ଭାରତରେ ଜି-୨୦ ସମ୍ମିଳନୀରେ ଯୋଗ ଦେଇନାହିଁ। କାନାଡ଼ା ସିନେଟ୍ର ସ୍ପିକର ରେମଣ୍ଡ ଗଗ୍ନେ ଜି-୨୦ ରାଷ୍ଟ୍ରର ସାଂସଦମାନଙ୍କ ସହ ହୋଇଥିବା ବୈଠକ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ […]
ନୂଆଦିଲ୍ଲୀ: କାନାଡ଼ା ସିନେଟ୍ର ସ୍ପିକର ଗୁରୁବାର ଦିନ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ରାଷ୍ଟ୍ର ସଂସଦର ପ୍ରିଜାଇଡିଂ ଅଫିସର୍ଙ୍କ ସମ୍ମିଳନୀରେ ଯୋଗ ଦେଇନାହାନ୍ତି। ହରଦୀପ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡ଼ା ଅଭିଯୋଗ କରିବାପରେ ଭାରତ-କାନାଡ଼ା କୂଟନୈତିକ ବିବାଦ ଘନେଇଥିବାବେଳେ ଏଭଳି ସମୟରେ କାନାଡ଼ା ଭାରତରେ ଜି-୨୦ ସମ୍ମିଳନୀରେ ଯୋଗ ଦେଇନାହିଁ। କାନାଡ଼ା ସିନେଟ୍ର ସ୍ପିକର ରେମଣ୍ଡ ଗଗ୍ନେ ଜି-୨୦ ରାଷ୍ଟ୍ରର ସାଂସଦମାନଙ୍କ ସହ ହୋଇଥିବା ବୈଠକ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିକଟରେ ସଂସଦରେ ଏକ ଟିପ୍ପଣୀ ରଖି କହିଥିଲେ ଯେ କାନାଡ଼ାରେ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଅଛି। ଭାରତ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି।




