କୁଲଗାମ ଏନକାଉଣ୍ଟର, ୫ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। କୁଲଗାମ ଜିଲ୍ଲାର ଡିଏଚ୍ ପୁରା ଅଞ୍ଚଳରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୂଚନା ପାଇ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଅପରେସନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ପରିଚୟ ଜଣାପଡ଼ିନି। […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। କୁଲଗାମ ଜିଲ୍ଲାର ଡିଏଚ୍ ପୁରା ଅଞ୍ଚଳରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୂଚନା ପାଇ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଅପରେସନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ପରିଚୟ ଜଣାପଡ଼ିନି। କୁଲଗାମ ପୁଲିସ, ସେନା ଏବଂ ସିଆରପିଏଫ୍ ଦ୍ବାରା ଏହି ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା। ସେମାନଙ୍କ ନିକଟରୁ କିଛି ସନ୍ଦେହଜନକ ସାମଗ୍ରୀ ଜବତ ହୋଇଛି ବୋଲି କାଶ୍ମୀର ଜୋନ୍ ପୁଲିସ ଏକ୍ସରେ ଲେଖିଛନ୍ତି। ପୂର୍ବରୁ ଗତ ବୁଧବାର ଦିନ ଜମ୍ମୁ କାଶ୍ମୀରର ଉରି ସେକ୍ଟରର ଏଲ୍ଓସି ନିକଟରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରାଯାଇଥିଲା।




