କୁଲଗାମ୍ ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ
ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କାଶ୍ମୀରରେ ୪୮ ଘଣ୍ଟା ମଧ୍ୟରେ ଏହା ଦ୍ବିତୀୟ ଆତଙ୍କବାଦୀ ନିରୋଧ ଅପରେସନ୍। କୁଲଗାମ ଜିଲ୍ଲାର ଏକ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ରାଜୌରୀ ଜିଲ୍ଲାର କାଲାକୋଟ୍ରେ ଗତ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କାଶ୍ମୀରରେ ୪୮ ଘଣ୍ଟା ମଧ୍ୟରେ ଏହା ଦ୍ବିତୀୟ ଆତଙ୍କବାଦୀ ନିରୋଧ ଅପରେସନ୍। କୁଲଗାମ ଜିଲ୍ଲାର ଏକ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ରାଜୌରୀ ଜିଲ୍ଲାର କାଲାକୋଟ୍ରେ ଗତ ୪୮ ଘଣ୍ଟାରେ ଅନ୍ୟ ଏକ ଆତଙ୍କବାଦୀ ନିରୋଧ ଅପରେସନ୍ ମଧ୍ୟ ଜାରି ରହିଥିଲା। ଏଥିରେ ୩ ଜଣ ଯବାନ ଆହତ ହୋଇଥିଲେ। କୁଲଗାମରେ ଏବେ ବି ଆତଙ୍କବାଦୀ ନିରୋଧ ଅପରେସନ୍ ଜାରି ରହିଛି।




