କୁଲଗାମରେ ଯବାନ ନିଖୋଜ, ଛୁଟିରେ ଘରକୁ ଆସିଥିଲେ

କାଶ୍ମୀର : କାଶ୍ମୀରର କୁଲଗାମ ଜିଲ୍ଲାରେ ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି। ଜାଭେଦ ଅହମଦ ୱାନି ଭାରତୀୟ ସେନାରେ ଅଛନ୍ତି। ତାଙ୍କ ଘର କୁଲଗାମ ଜିଲ୍ଲାର ଅଛତଲ ଅଞ୍ଚଳରେ। ସେ ଛୁଟିରେ ଘରକୁ ଆସିଥିଲେ। ତେବେ ଶନିବାର ସନ୍ଧ୍ୟା ୮ଟାରୁ ସେ ନିଖୋଜ ହୋଇଯାଇଛନ୍ତି। ପରନହଲ୍‌ ଅଞ୍ଚଳରୁ ତାଙ୍କ କାର୍‌ ମିଳିଛି। କାଶ୍ମୀର ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି ଏବଂ କିଛି ସନ୍ଦିଗ୍ଧଙ୍କୁ ଗିରଫ କରିଛି। ନିଖୋଜ ସୈନିକଙ୍କୁ ଖୋଜିବାପାଇଁ ଭାରତୀୟ ସେନା […]

Samaya Live Picture
Published On

କାଶ୍ମୀର : କାଶ୍ମୀରର କୁଲଗାମ ଜିଲ୍ଲାରେ ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି। ଜାଭେଦ ଅହମଦ ୱାନି ଭାରତୀୟ ସେନାରେ ଅଛନ୍ତି। ତାଙ୍କ ଘର କୁଲଗାମ ଜିଲ୍ଲାର ଅଛତଲ ଅଞ୍ଚଳରେ। ସେ ଛୁଟିରେ ଘରକୁ ଆସିଥିଲେ। ତେବେ ଶନିବାର ସନ୍ଧ୍ୟା ୮ଟାରୁ ସେ ନିଖୋଜ ହୋଇଯାଇଛନ୍ତି। ପରନହଲ୍‌ ଅଞ୍ଚଳରୁ ତାଙ୍କ କାର୍‌ ମିଳିଛି। କାଶ୍ମୀର ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି ଏବଂ କିଛି ସନ୍ଦିଗ୍ଧଙ୍କୁ ଗିରଫ କରିଛି। ନିଖୋଜ ସୈନିକଙ୍କୁ ଖୋଜିବାପାଇଁ ଭାରତୀୟ ସେନା ଏବଂ ପୁଲିସ ଦ୍ବାରା ଏକ ବଡ଼ ଧରଣର ସର୍ଚ୍ଚ ଅପ‌ରେସନ ଆରମ୍ଭ ‌ହୋଇଛି। ଜାଭେଦ ତାଙ୍କ କାର୍‌ ଚଲାଇ ଚାୱଲଗାମ୍‌କୁ ରାସନ ସାମଗ୍ରୀ ଆଣିବାପାଇଁ ଯାଉଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ସଦସ୍ୟ ତାଙ୍କୁ ଖୋଜାଖୋଜି କରିଥିଲେ। ସର୍ଚ୍ଚ ଅପରେସନ ସମୟରେ ତାଙ୍କ ସ୍ଲିପର ମିଳିଛି ଏବଂ କାର୍‌ରେ ରକ୍ତଦାଗ ଲାଗିଥିବା ଦେଖିବାକୁ ମିଳିଛି।

Tags: