କୁମ୍ଭମେଳା ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ଅମିତ ଶାହ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭମେଳାରେ ପହଞ୍ଚି ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ‘ତ୍ରିବେଣୀ ସଙ୍ଗମ’ର ପବିତ୍ର ଜଳରେ ବୁଡ଼ ପକାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ। ପବିତ୍ର ବୁଡ଼ ପକାଇବା ପରେ, ଶାହ ତାଙ୍କ ପତ୍ନୀ ସୋନାଲ ଶାହ ଏବଂ ପୁଅ ଜୟ ଶାହଙ୍କ ସହିତ ତ୍ରିବେଣୀ ସଙ୍ଗମରେ ଆରତୀ କରିଥିଲେ। ଶାହ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସମୟରେ ବାବା ରାମଦେବଙ୍କ ସମେତ ଅନ୍ୟାନ୍ୟ ସାଧୁସନ୍ଥମାନେ ତାଙ୍କ ସହିତ ଯୋଗ ଦେଇଥିଲେ। […]

Samaya Live Picture
Published On

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭମେଳାରେ ପହଞ୍ଚି ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ‘ତ୍ରିବେଣୀ ସଙ୍ଗମ’ର ପବିତ୍ର ଜଳରେ ବୁଡ଼ ପକାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ। ପବିତ୍ର ବୁଡ଼ ପକାଇବା ପରେ, ଶାହ ତାଙ୍କ ପତ୍ନୀ ସୋନାଲ ଶାହ ଏବଂ ପୁଅ ଜୟ ଶାହଙ୍କ ସହିତ ତ୍ରିବେଣୀ ସଙ୍ଗମରେ ଆରତୀ କରିଥିଲେ। ଶାହ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସମୟରେ ବାବା ରାମଦେବଙ୍କ ସମେତ ଅନ୍ୟାନ୍ୟ ସାଧୁସନ୍ଥମାନେ ତାଙ୍କ ସହିତ ଯୋଗ ଦେଇଥିଲେ। ଅମିତ ଶାହ ଏନେଇ ଆଜି ନିଜ ସୋସିଆଲ ମିଡିଆ ପେଜରେ ଲେଖିଛନ୍ତି, “ମହାକୁମ୍ଭ ସନାତନ ସଂସ୍କୃତିର ଅବିଚ୍ଛିନ୍ନ ପ୍ରବାହର ଏକ ଅନନ୍ୟ ପ୍ରତୀକ । ଆଜି ଧାର୍ମିକ ନଗରୀ ପ୍ରୟାଗରାଜରେ,ଏହି ମହାନ ପର୍ବ ଦ୍ବାରା ଏକତା ଏବଂ ଅଖଣ୍ଡତା ପାଳନ କରାଯାଉଛି । ମୁଁ ସଙ୍ଗମରେ ବୁଡ଼ ପକାଇବା ଏବଂ ସନ୍ଥମାନଙ୍କ ଆଶୀର୍ବାଦ ନେବାକୁ ଅପେକ୍ଷା କରିଛି”।

Tags: