କୁପୱାଡ଼ାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ନୂଆଦିଲ୍ଲୀ, ୨୪/୩ : ଜାମ୍ମୁ କାଶ୍ମୀରର କୁପୱାଡ଼ା ଜିଲ୍ଲା‌‌ରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାବାହିନୀ ଆଜି ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛି। ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲାର ତଙ୍ଗଧର ସ୍ଥିତ ଜବଦି ଅଞ୍ଚଳରେ ଆତଙ୍କବାଦୀମାନେ ପଶିବାପାଇଁ ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀ ସେମାନଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନରୁ ଜଣେ ଆତଙ୍କବାଦୀ ରାଜୌରି ଜିଲ୍ଲାର ଡାଙ୍ଗରି ଗ୍ରାମରେ ପଶି ଜଣେ ଲୋକଙ୍କୁ […]

Samaya Live Picture
Published On

ନୂଆଦିଲ୍ଲୀ, ୨୪/୩ : ଜାମ୍ମୁ କାଶ୍ମୀରର କୁପୱାଡ଼ା ଜିଲ୍ଲା‌‌ରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାବାହିନୀ ଆଜି ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛି। ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲାର ତଙ୍ଗଧର ସ୍ଥିତ ଜବଦି ଅଞ୍ଚଳରେ ଆତଙ୍କବାଦୀମାନେ ପଶିବାପାଇଁ ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀ ସେମାନଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନରୁ ଜଣେ ଆତଙ୍କବାଦୀ ରାଜୌରି ଜିଲ୍ଲାର ଡାଙ୍ଗରି ଗ୍ରାମରେ ପଶି ଜଣେ ଲୋକଙ୍କୁ ମାରି ଦେଇଛି ବୋଲି ଗତକାଲି ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂହ କହିବାପରେ ଆଜି ଏହି ଅପ‌ରେସନ ଆରମ୍ଭ ହୋଇଥିଲା।

.

Tags: