କୁପୱାଡ଼ା ଏନକାଉଣ୍ଟର, ୫ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କୁପୱାଡ଼ା ଜିଲ୍ଲାର ମଚ୍ଛିଲ ସେକ୍ଟର ସ୍ଥିତ ଏଲ୍ଓସି ନିକଟରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ପୁଲିସ ଅନୁଯାୟୀ ନିପାତ ହୋଇଥିବା ୫ ଆତଙ୍କବାଦୀ ଏଲ୍ଇଟି (ଲସ୍କର ଏ ତୋଏବା) ଗୋଷ୍ଠୀର। ସେନା ଏବଂ ପୁଲିସର ମିଳିତ ସର୍ଚ୍ଚ ଅପରେସନରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅପରେସନ ଏବେ ବି ଜାରି ରହିଛି। ଜମ୍ମୁ କାଶ୍ମୀର ପୁଲିସ ଡିଜି ଦିଲବାଗ ସିଂହ କହିଛନ୍ତି, […]

Samaya Live Picture
Published On

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କୁପୱାଡ଼ା ଜିଲ୍ଲାର ମଚ୍ଛିଲ ସେକ୍ଟର ସ୍ଥିତ ଏଲ୍ଓସି ନିକଟରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ପୁଲିସ ଅନୁଯାୟୀ ନିପାତ ହୋଇଥିବା ୫ ଆତଙ୍କବାଦୀ ଏଲ୍ଇଟି (ଲସ୍କର ଏ ତୋଏବା) ଗୋଷ୍ଠୀର। ସେନା ଏବଂ ପୁଲିସର ମିଳିତ ସର୍ଚ୍ଚ ଅପରେସନରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅପରେସନ ଏବେ ବି ଜାରି ରହିଛି। ଜମ୍ମୁ କାଶ୍ମୀର ପୁଲିସ ଡିଜି ଦିଲବାଗ ସିଂହ କହିଛନ୍ତି, ଏଲ୍ଓସି ନିକଟରେ ଏବେ ବି ୧୬ଟି ଟେରୋରିଷ୍ଟ ଲଞ୍ଚ୍ ପ୍ୟାଡ୍ କାର୍ଯ୍ୟକ୍ଷମ ଅଛି ଏବଂ ପାକିସ୍ତାନରୁ କାଶ୍ମୀରକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଶ୍ରୀନଗରରେ ଜମ୍ମୁ କାଶ୍ମୀର ପୁଲିସ ଏବଂ ସୁରକ୍ଷା ସଂସ୍ଥାର ଶୀର୍ଷ ଅଧିକାରୀମାନଙ୍କ ବୈଠକ ଥିଲା। ଏହି ବୈଠକରେ କାଶ୍ମୀରରେ ବିଦେଶୀ ଆତଙ୍କବାଦୀଙ୍କ ଭୂମିକା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। କାଶ୍ମୀରରେ ସ୍ଥାନୀୟ ନିଯୁକ୍ତି ଅପେକ୍ଷା ବିଦେଶୀ ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେନେଇ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା।

Tags: