କୁନୋ ଜାତୀୟ ଉଦ୍ୟାନରେ ଚିତା ମୃତ୍ୟୁ ଘଟଣାରେ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୩ଟି ଚିତାଙ୍କ ମୃତ୍ୟୁ ହେବାପରେ ସୁପ୍ରିମକୋର୍ଟ ଉକ୍ତ ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି। ଚିତାଙ୍କୁ ରାଜସ୍ଥାନ ସ୍ଥାନାନ୍ତରଣ କରିବା ପ୍ରସ୍ତାବ ଉପରେ ବିଚାର କରିବା ଲାଗି ଗୁରୁବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରୁ ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’କୁ ସ୍ଥାନାନ୍ତରିତ ହେବାର ୨ ମାସ ମଧ୍ୟରେ ୩ଟି ଚିତା ମୃତ୍ୟୁ ଘଟଣାରେ ବିସ୍ମିତ ହୋଇଥିବା ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ […]

Samaya Live Picture
Published On

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୩ଟି ଚିତାଙ୍କ ମୃତ୍ୟୁ ହେବାପରେ ସୁପ୍ରିମକୋର୍ଟ ଉକ୍ତ ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି। ଚିତାଙ୍କୁ ରାଜସ୍ଥାନ ସ୍ଥାନାନ୍ତରଣ କରିବା ପ୍ରସ୍ତାବ ଉପରେ ବିଚାର କରିବା ଲାଗି ଗୁରୁବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରୁ ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’କୁ ସ୍ଥାନାନ୍ତରିତ ହେବାର ୨ ମାସ ମଧ୍ୟରେ ୩ଟି ଚିତା ମୃତ୍ୟୁ ଘଟଣାରେ ବିସ୍ମିତ ହୋଇଥିବା ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ଚିତା ସ୍ଥାନାନ୍ତରଣ ପ୍ରସଙ୍ଗରେ ରାଜନୈତିକ ବିଚାରବୋଧ ରଖା ନ ଯିବା ଉଚିତ। ବିଚାରପତି ବି.ଆର୍. ଗଭାଇ ଏବଂ ସଞ୍ଜୟ କାରୋଲ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ବିଶେଷଜ୍ଞମାନଙ୍କ ରିପୋର୍ଟ ଏବଂ ଗଣମାଧ୍ୟମ ରିପୋର୍ଟ ସୂଚାଉଛି ଯେ, ଏତେ ସଂଖ୍ୟକ ଚିତାଙ୍କ ପାଇଁ ‘କୁନୋ ଜାତୀୟ ଉଦ୍ୟାନ’ରେ ଯଥେଷ୍ଟ ସ୍ଥାନ ହେଉନାହିଁ। ସେମାନଙ୍କୁ ଅନ୍ୟାନ୍ୟ ଅଭୟାରଣ୍ୟକୁ ନିଆ ଯିବା ପ୍ରସଙ୍ଗରେ କେନ୍ଦ୍ର ସରକାର ବିଚାର କରିବା ଉଚିତ। ଖଣ୍ଡପୀଠ କହିଛନ୍ତି, ୨ ମାସରୁ କମ୍ ସମୟ ମଧ୍ୟରେ ୩ ଚିତାଙ୍କ ମୃତ୍ୟୁ ବଡ଼ ଚିନ୍ତାର ବିଷୟ। ବିଶେଷଜ୍ଞ ଓ ଗଣମାଧ୍ୟମ ଆଲେଖ୍ୟରେ ବିଭିନ୍ନ ମତ ପ୍ରକାଶ ପାଉଛି। ଯାହା ଜଣାପଡୁଛି, ଏତେ ସଂଖ୍ୟକ ଚିତାଙ୍କ ପାଇଁ କୁନୋ ଯଥେଷ୍ଟ ନୁହେଁ। ସେଠାରେ ଗୋଟାଏ ସ୍ଥାନରେ ଗୁଡ଼ାଏ ଚିତା ରହୁଛନ୍ତି। ରାଜସ୍ଥାନରେ ସେମାନଙ୍କ ପାଇଁ ଉପଯୁକ୍ତ ଜାଗାଟିଏ ଖୋଜୁନାହଁ କାହିଁକି? ରାଜସ୍ଥାନରେ ବିରୋଧୀ ଦଳ ଶାସନ କରୁଥିବା ଅର୍ଥ ନୁହେଁ ଯେ, ଆପଣ ସେଠାକୁ ଚିତା ସ୍ଥାନାନ୍ତରଣ କଥା ବିଚାର କରିବେ ନାହିଁ। କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ଅତିରିକ୍ତ ସଲିସିଟର୍ ଜେନେରାଲ୍ ଐଶ୍ବର୍ଯ୍ୟା ଭଟୀ ଅଦାଲତଙ୍କୁ ସୂଚନା ଦେଇ କହିଛନ୍ତି ଯେ ଟାସ୍କ୍ ଫୋର୍ସ ଚିତା ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିସାରିଛି ଏବଂ ଅନ୍ୟାନ୍ୟ ଅଭୟାରଣ୍ୟକୁ ସମ୍ଭାବ୍ୟ ଚିତା ସ୍ଥାନାନ୍ତରଣ କଥା ମଧ୍ୟ ବିଚାର ଚାଲିଛି।

Tags: