କୁନୋରେ ଆଉ ଏକ ଚିତାର ମୃତ୍ୟୁ, ୫ ମାସରେ ଅଷ୍ଟମ ଚିତା ମୃତ୍ୟୁ

ଭୋପାଳ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ପୁଣି ଆଉ ଏକ ଚିତାର ମୃତ୍ୟୁ ହୋଇଯା‌ଇଛି। ମୃତ ଚିତାର ନାଁ ସୁରଜ। ତାକୁ ନାମିବିୟରୁ ଅଣାଯାଇଥିଲା। ତେବେ ଗତ କିଛି ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏକ ଚିତାର ମୃତ୍ୟୁ ହେବାପରେ ଆଜି ପୁଣି ସୁରଜର ମୃତ୍ୟୁ ହୋଇଛି। ଏଥିସହ ୫ ମାସ ମଧ୍ୟରେ ଅଷ୍ଟମ ଚିତାର ମୃତ୍ୟୁ ହୋଇଛି। ସୁରଜ ମୃତ୍ୟୁର କାରଣ କ’ଣ ସ୍ପଷ୍ଟ ଜଣାପଡ଼ିନି। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୭‌ରେ […]

Samaya Live Picture
Published On

ଭୋପାଳ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ପୁଣି ଆଉ ଏକ ଚିତାର ମୃତ୍ୟୁ ହୋଇଯା‌ଇଛି। ମୃତ ଚିତାର ନାଁ ସୁରଜ। ତାକୁ ନାମିବିୟରୁ ଅଣାଯାଇଥିଲା। ତେବେ ଗତ କିଛି ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏକ ଚିତାର ମୃତ୍ୟୁ ହେବାପରେ ଆଜି ପୁଣି ସୁରଜର ମୃତ୍ୟୁ ହୋଇଛି। ଏଥିସହ ୫ ମାସ ମଧ୍ୟରେ ଅଷ୍ଟମ ଚିତାର ମୃତ୍ୟୁ ହୋଇଛି। ସୁରଜ ମୃତ୍ୟୁର କାରଣ କ’ଣ ସ୍ପଷ୍ଟ ଜଣାପଡ଼ିନି। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୭‌ରେ ପ୍ରଥମେ ମାଈ ଚିତା ଶାଶାର ମୃତ୍ୟୁ ହୋଇଥିଲା। ଏହା ପରେ ଏପ୍ରିଲରେ ଉଦୟର ମୃତ୍ୟୁ ହେଲା। ମେ’ରେ ଏକ ମାଈ ଚିତା ଦକ୍ଷାର ମୃତ୍ୟୁ ହେଲା। ମେ’ରେ ପୁଣି ୩ ଜଣ ଚିତା ଶାବକଙ୍କ ମୃତ୍ୟୁ ହେଲା। ଗତ ସପ୍ତାହରେ ପୁଣି ଆଉ ଏକ ଚିତାର ମୃତ୍ୟୁ ହୋଇଥିଲା।

Tags: