କୁନୋରେ ଆଉ ଏକ ଚିତାର ମୃତ୍ୟୁ , ୫ ମାସ ମଧ୍ୟରେ ୯ ଚିତା ମଲେଣି
ଭୋପାଳ: କୁନୋ ଜାତୀୟ ଉଦ୍ୟାନରେ ଆଜି ସକାଳେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ୫ ମାସ ମଧ୍ୟରେ କୁନୋରେ ୯ଟି ଚିତା ଆଖି ବୁଜିଲେଣି। ଆଜି ଏକ ମାଈ ଚିତାର ମୃତ୍ୟୁ ହୋଇଛି। ତା’ ନାଁ ଧାତ୍ରୀ। ଆଜି ସକାଳେ ସେ ମରିକି ପଡ଼ିଥିବା ବନ ଅଧିକାରୀମାନେ ଦେଖିଛନ୍ତି। ମୃତ୍ୟୁର କାରଣ କ’ଣ ଜାଣିବାପାଇଁ ଚିତାର ବ୍ୟବଚ୍ଛେଦ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ସେପ୍ଟେମ୍ବରରେ କୁନୋ ଜାତୀୟ ଉଦ୍ୟାନକୁ ୨ଟି ପର୍ଯ୍ୟାୟରେ […]
ଭୋପାଳ: କୁନୋ ଜାତୀୟ ଉଦ୍ୟାନରେ ଆଜି ସକାଳେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ୫ ମାସ ମଧ୍ୟରେ କୁନୋରେ ୯ଟି ଚିତା ଆଖି ବୁଜିଲେଣି। ଆଜି ଏକ ମାଈ ଚିତାର ମୃତ୍ୟୁ ହୋଇଛି। ତା’ ନାଁ ଧାତ୍ରୀ। ଆଜି ସକାଳେ ସେ ମରିକି ପଡ଼ିଥିବା ବନ ଅଧିକାରୀମାନେ ଦେଖିଛନ୍ତି। ମୃତ୍ୟୁର କାରଣ କ’ଣ ଜାଣିବାପାଇଁ ଚିତାର ବ୍ୟବଚ୍ଛେଦ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ସେପ୍ଟେମ୍ବରରେ କୁନୋ ଜାତୀୟ ଉଦ୍ୟାନକୁ ୨ଟି ପର୍ଯ୍ୟାୟରେ ନାମିବିୟ ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ ଚିତାଙ୍କୁ ଅଣାଯାଇଥିଲା। କୁନୋରେ ୪ ଜଣ ଶାବକ ଜନ୍ମ ହୋଇଥିଲେ। କିନ୍ତୁ ଏଥି ମଧ୍ୟରୁ ୩ ଶାବକଙ୍କର ମୃତ୍ୟୁ ହୋଇସାରିଛି। ସରକାରଙ୍କର ଚିତା ପ୍ରକଳ୍ପକୁ ଶକ୍ତ ଝଟକା ଲାଗିଛି। ସୁପ୍ରିମକୋର୍ଟ ମଧ୍ୟ ନିକଟରେ ଚିତା ମୃତ୍ୟୁ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରି କେନ୍ଦ୍ର ସରକାରଙ୍କୁ କହିଥିଲେ ଯେ ଚିତା ପ୍ରକଳ୍ପକୁ ପ୍ରେଷ୍ଟିଜ୍ ଇସୁ କରନା।




