କୁନୋ ଜାତୀୟ ଉଦ୍ୟାନରେ ଦ୍ବିତୀୟ ଚିତା ଉଦୟର ମୃତ୍ୟୁ
କୁନୋ, ୨୩/୪: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଆଉ ଏକ ଚିତାର ମୃତ୍ୟୁ ଘଟିଛି। ମୃତ୍ୟୁ ହୋଇଥିବା ଚିତାର ନାମ ଉଦୟ। ସେ ଅନେକ ଦିନ ଧରି ଅସୁସ୍ଥ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଦୟର ମୃତ୍ୟୁ ହୋଇଛି ବୋଲି ମୁଖ୍ୟ ବନ ସଂରକ୍ଷକ ଜେଏସ୍ ଚୌହାନ ପ୍ରକାଶ କରିଛନ୍ତି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଏହି ଜାତୀୟ ଉଦ୍ୟାନରେ ଏକ ମାଈ ଚିତା ଶଶାର ମୃତ୍ୟୁ […]
କୁନୋ, ୨୩/୪: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଆଉ ଏକ ଚିତାର ମୃତ୍ୟୁ ଘଟିଛି। ମୃତ୍ୟୁ ହୋଇଥିବା ଚିତାର ନାମ ଉଦୟ। ସେ ଅନେକ ଦିନ ଧରି ଅସୁସ୍ଥ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଦୟର ମୃତ୍ୟୁ ହୋଇଛି ବୋଲି ମୁଖ୍ୟ ବନ ସଂରକ୍ଷକ ଜେଏସ୍ ଚୌହାନ ପ୍ରକାଶ କରିଛନ୍ତି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଏହି ଜାତୀୟ ଉଦ୍ୟାନରେ ଏକ ମାଈ ଚିତା ଶଶାର ମୃତ୍ୟୁ ଘଟିଥିଲା। ଦକ୍ଷିଣ ଆଫ୍ରିକାର ନାମିବ୍ୟାରୁ ୨୦ଟି ଚିତାଙ୍କୁ ଅଣାଯାଇଥିଲା। ଅଣ୍ଡିରା ଚିତା ଉଦୟର ମୃତ୍ୟୁ ପରେ ଏବେ କୁନୋ ଜାତୀୟ ଉଦ୍ୟାନରେ ଆଉ ୧୮ଟି ଚିତା ଅଛନ୍ତି।




