କୁନୋ ଜାତୀୟ ଉଦ୍ୟାନକୁ ଫେରିଲା ନାମିବୀୟ ଚିତା ‘ଓବାନ୍‌’

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଖସି ପଳାଇଥିବା ନାମିବ୍ୟାର ଚିତାବାଘ ‘ଓବାନ୍‌’ ଶେଷ‌ରେ ଧରାପଡ଼ିଛି। ଗୁରୁବାର ଦିନ ବନ ବିଭାଗ ଟିମ୍‌ ଓବାନ୍‌କୁ ପୁଣି ଜାତୀୟ ଉଦ୍ୟାନରେ ଛାଡ଼ିଦିଆଯାଇଛି। କୁନୋ ଜାତୀୟ ଉଦ୍ୟାନରୁ ଖସି ପଳାଇଥିବା ଓବାନ୍‌କୁ ଗୋଟାଏ ଗାଁରେ ବୁଲୁଥିବା ଦେଖାଯାଇଥିଲା। ୫ ଦିନ ବିତିଯିବା ସତ୍ତ୍ବେ ସେ ନ ଫେରିବାରୁ ବନ ବିଭାଗ ଟିମ୍‌ ଖୋଜାଖୋଜି କରି ତାକୁ ଶିବପୁରୀ ଜିଲ୍ଲାର ଜଙ୍ଗଲ ଭିତରୁ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ, ଏପ୍ରିଲ୍‌ ୨ ତାରିଖରେ […]

Samaya Live Picture
Published On

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଖସି ପଳାଇଥିବା ନାମିବ୍ୟାର ଚିତାବାଘ ‘ଓବାନ୍‌’ ଶେଷ‌ରେ ଧରାପଡ଼ିଛି। ଗୁରୁବାର ଦିନ ବନ ବିଭାଗ ଟିମ୍‌ ଓବାନ୍‌କୁ ପୁଣି ଜାତୀୟ ଉଦ୍ୟାନରେ ଛାଡ଼ିଦିଆଯାଇଛି। କୁନୋ ଜାତୀୟ ଉଦ୍ୟାନରୁ ଖସି ପଳାଇଥିବା ଓବାନ୍‌କୁ ଗୋଟାଏ ଗାଁରେ ବୁଲୁଥିବା ଦେଖାଯାଇଥିଲା। ୫ ଦିନ ବିତିଯିବା ସତ୍ତ୍ବେ ସେ ନ ଫେରିବାରୁ ବନ ବିଭାଗ ଟିମ୍‌ ଖୋଜାଖୋଜି କରି ତାକୁ ଶିବପୁରୀ ଜିଲ୍ଲାର ଜଙ୍ଗଲ ଭିତରୁ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ, ଏପ୍ରିଲ୍‌ ୨ ତାରିଖରେ ଓବାନ୍ ଜାତୀୟ ଉଦ୍ୟାନର ସୀମା ଡେଇଁ କେଉଁଆଡ଼େ ଚାଲିଯାଇଥିଲା। ପରେ ଜାତୀୟ ଉଦ୍ୟାନଠାରୁ ୨୦ କିଲୋମିଟର୍‌ ଦୂର ବିଜୟପୁର ଅନ୍ତର୍ଗତ ଝର୍‌ ବରୋଦା ଗାଁରେ ତାକୁ ଦେଖିବାକୁ ମିଳିଥିଲା। ଏହା ପରଦିନ ସେ ପାର୍ବତୀ ବରୋଦା ଗାଁ ଦେଇ ପ୍ରବାହିତ ଗୋଟାଏ ନଈରୁ ପାଣି ପିଉଥିବା ଦେଖାଯାଇଥିଲା। ମଙ୍ଗଳବାର ଦିନ ସେ କିଛି ସମୟ ପାଇଁ ଜାତୀୟ ଉଦ୍ୟାନ ସୀମାନ୍ତକୁ ଫେରିଥିଲା। କିନ୍ତୁ, ଉଦ୍ୟାନକୁ ପ୍ରବେଶ ନ କରି ନହଦ-ସିଳପୁରା ଅଞ୍ଚଳର ବଫର୍‌ ଜୋନ୍‌କୁ ଚାଲିଯାଇଥିଲା। ସେଠାରୁ ସେ ପ‌ୋହରି ତହସିଲ୍‌ ଅନ୍ତର୍ଗତ ପିପାରୱାସ୍‌ ଜଙ୍ଗଲକୁ ଯାଇ ୨ ଦିନ ରହିଥିଲା। ବୁଧବାର ଦିନ ଗୋଟିଏ କୃଷ୍ଣସାର ମୃଗ ମାରି ଓବାନ୍‌ କ୍ଷୁଧା ନିବାରଣ କରିଥିଲା।

Tags: