କୁନୋରେ ଜନ୍ମ ହେଲେ ୪ ଚିତା ଶାବକ
ନୂଆଦିଲ୍ଲୀ, ୨୯/୩ : ନାମିବିୟରୁ ଆସିଥିବା ୮ଟି ଚିତାଙ୍କ ମଧ୍ୟରୁ ଗୋଟିଏ ଚିତା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୪ଟି ଶାବକଙ୍କୁ ଜନ୍ମ ଦେଇଛି। କିଡନି ଜନିତ ସମସ୍ୟା ପାଇଁ ମାଈ ଚିତା ଶାଶାର ମୃତ୍ୟୁ ହେବାର ୩ ଦିନ ପରେ ଏହି ଖବର ମିଳିଛି। କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ଏହି ସୂଚନା ଦେଇଛନ୍ତି। ସେ ମଧ୍ୟ ଚିତା ଶାବକଙ୍କ ଫଟୋ ଟ୍ବିଟ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ମୋଟ୍ ୮ ଟି ଚିତାଙ୍କୁ […]
ନୂଆଦିଲ୍ଲୀ, ୨୯/୩ : ନାମିବିୟରୁ ଆସିଥିବା ୮ଟି ଚିତାଙ୍କ ମଧ୍ୟରୁ ଗୋଟିଏ ଚିତା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୪ଟି ଶାବକଙ୍କୁ ଜନ୍ମ ଦେଇଛି। କିଡନି ଜନିତ ସମସ୍ୟା ପାଇଁ ମାଈ ଚିତା ଶାଶାର ମୃତ୍ୟୁ ହେବାର ୩ ଦିନ ପରେ ଏହି ଖବର ମିଳିଛି। କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ଏହି ସୂଚନା ଦେଇଛନ୍ତି। ସେ ମଧ୍ୟ ଚିତା ଶାବକଙ୍କ ଫଟୋ ଟ୍ବିଟ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ମୋଟ୍ ୮ ଟି ଚିତାଙ୍କୁ ନାମିବିୟରୁ ଅଣାଯାଇଥିଲା। ତେବେ ଏଥି ମଧ୍ୟରୁ ଗୋଟିଏ ଚିତାର ମୃତ୍ୟୁ ଯୋଗୁଁ ସରକାରଙ୍କ ଚିତା ପ୍ରକଳ୍ପକୁ ଶକ୍ତ ଝଟ୍କା ଲାଗିଛି। ତେବେ ଅନ୍ୟ ୭ଟି ଚିତା ଭଲ ଅଛନ୍ତି। ଏମାନଙ୍କୁ ଏବେ ଖୋଲା ଜଙ୍ଗଲରେ ଛଡ଼ାଯାଇଛି। ଅନ୍ୟପକ୍ଷେ ଗତ ମାସରେ ୧୨ଟି ଚିତା ଦକ୍ଷିଣ ଆଫ୍ରିକାରୁ ଆସି କେଏନ୍ପିରେ ପହଞ୍ଚିଛନ୍ତି। ସେମାନଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି।




