କୁକି ଏବଂ ମୈତେଇ ସମ୍ପ୍ରଦାୟ ସହ କଥା ହେବେ ସରକାର : ଶାହ

ନୂଆଦିଲ୍ଲୀ : ମଣିପୁରରେ ସୁରକ୍ଷା ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟ ପୁଣିଥରେ ସରକାର ଗଠନ କରିବାପରେ ମଣିପୁର ହିଂସା ସଂକ୍ରାନ୍ତରେ ଆଜି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଥମ ଥର ପାଇଁ ବୈଠକ କରାଯାଇଛି। ନର୍ଥ ବ୍ଲକ୍ ଦିଲ୍ଲୀରେ ଆଜି ମଣିପୁର ହିଂସା ପ୍ରସଙ୍ଗରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ଆଇବି ମୁଖ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ : ମଣିପୁରରେ ସୁରକ୍ଷା ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟ ପୁଣିଥରେ ସରକାର ଗଠନ କରିବାପରେ ମଣିପୁର ହିଂସା ସଂକ୍ରାନ୍ତରେ ଆଜି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଥମ ଥର ପାଇଁ ବୈଠକ କରାଯାଇଛି। ନର୍ଥ ବ୍ଲକ୍ ଦିଲ୍ଲୀରେ ଆଜି ମଣିପୁର ହିଂସା ପ୍ରସଙ୍ଗରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ଆଇବି ମୁଖ୍ୟ ତପନ ଡେକା, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ନବ ନିଯୁକ୍ତ ସେନା ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ମଣିପୁରର ସୁରକ୍ଷା ଉପଦେଷ୍ଟା କୁଲଦୀପ ସିଂହ, ମଣିପୁର ମୁଖ୍ୟ ସଚିବ ବିନୀତ ଯୋଶୀ, ମଣିପୁର ଡିଜିପି ରାଜୀବ ସିଂହ ଏବଂ ଆସାମ ରାଇଫଲ୍ସ ଡିଜି ପ୍ରଦୀପ ଚନ୍ଦ୍ରନ ନାୟାର ଯୋଗ ଦେଇଛନ୍ତି। ବୈଠକ ପରେ ଅମିତ ଶାହ କହିଛନ୍ତି ସରକାର କୁକି ଏବଂ ମୈତେଇ ସମ୍ପ୍ରଦାୟ ସହ କଥାହେବେ। ହିଂସା ପାଇଁ ଯେଉଁମାନଦେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ଏବଂ ମଣିପୁରରେ ସୁରକ୍ଷା ମୁତୟନ ବୃଦ୍ଧି କରାଯିବ। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ମେ’ ୩ରୁ ମଣିପୁରରେ ୨ ଗୋଷ୍ଠୀ କୁକି ଏବଂ ମୈତେଇ ମଧ୍ୟରେ ସଂଘର୍ଷ ଲାଗି ରହିଛି। ଏଥିଯୋଗୁଁ ଏଯାବତ୍ ୨୨୫ ଜଣଙ୍କର ମୃତ୍ୟୁ ହେଲାଣି।

Tags: