କୁକି ଉଗ୍ରପନ୍ଥୀ ଗୋଷ୍ଠୀ ସହ ସମ୍ପୃକ୍ତିକୁ ଖଣ୍ଡନ କଲେ ଆସାମ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କର କୁକି ଉଗ୍ରପନ୍ଥୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ ହୋଇଛି। କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ୨୦୧୭ ବିଧାନସଭା ନିର୍ବାଚନ ଜିତିବାପାଇଁ ଶର୍ମା କୁକି ଉଗ୍ରପନ୍ଥୀଙ୍କ ସହଯୋଗ ନେଇଛନ୍ତି। ଏନଏସଏ (ଜାତୀୟ ସୁରକ୍ଷା ଆଇନ) ଅଧୀନରେ ହିମନ୍ତ ବିଶ୍ବ ଶର୍ମାଙ୍କୁ ଗିରଫ କରିବାପାଇଁ କଂଗ୍ରେସ ଦାବି କରିଛି। ଅନ୍ୟପକ୍ଷେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ବିରୋଧରେ ଆସିଥିବା […]
ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କର କୁକି ଉଗ୍ରପନ୍ଥୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ ହୋଇଛି। କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ୨୦୧୭ ବିଧାନସଭା ନିର୍ବାଚନ ଜିତିବାପାଇଁ ଶର୍ମା କୁକି ଉଗ୍ରପନ୍ଥୀଙ୍କ ସହଯୋଗ ନେଇଛନ୍ତି। ଏନଏସଏ (ଜାତୀୟ ସୁରକ୍ଷା ଆଇନ) ଅଧୀନରେ ହିମନ୍ତ ବିଶ୍ବ ଶର୍ମାଙ୍କୁ ଗିରଫ କରିବାପାଇଁ କଂଗ୍ରେସ ଦାବି କରିଛି। ଅନ୍ୟପକ୍ଷେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି। କଂଗ୍ରେସ ବିରୋଧରେ ବର୍ଷି ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ଏନଏସଏ ଅଧୀନରେ ଶର୍ମାଙ୍କୁ ଗିରଫ କରିବାପାଇଁ ଆସାମ କଂଗ୍ରେସ ମୁଖ୍ୟ ଭୁପେନ ବୋରା ଦାବି କରିଛନ୍ତି।




