କିଛି ସମୟ ମଧ୍ୟରେ ଦିଲ୍ଲୀରେ ପହଞ୍ଚିବ ରାଣା, ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବ୍ବୁର ରାଣାକୁ ଆମେରିକା ଭାରତକୁ ଫେରାଇ ଦେଇଛି।  ଆମେରିକା ଦ୍ବାରା ପ୍ରତ୍ୟର୍ପିତ ହୋଇଥିବା ରାଣା ଆଉ ମାତ୍ର କିଛି ସମୟ ମଧ୍ୟ‌ରେ ଭାରତରେ ପହଞ୍ଚିବ। ରାଣା ପଲମ ବିମାନବନ୍ଦରରେ ପହଞ୍ଚିବାପରେ ତାକୁ ବୁଲେଟପ୍ରୁଫ୍‌ ଗାଡ଼ିରେ ସିଧାସଳଖ ଏନ୍‌ଆଇଏ ମୁଖ୍ୟାଳୟ ନିଆଯିବ। ରାଣା ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବିମାନବନ୍ଦରରେ ସ୍ବାଟ୍‌ କମାଣ୍ଡୋ ମୁତୟନ ହୋଇଛନ୍ତି। ଆମେରିକାର ଏକ ଅଦାଲତଙ୍କ ସୁପାରିସକ୍ରମେ ଦିଲ୍ଲୀ ଓ ମୁମ୍ବାଇର ଦୁଇଟି ଜେଲରେ […]

କିଛି ସମୟ ମଧ୍ୟରେ ଦିଲ୍ଲୀରେ ପହଞ୍ଚିବ ରାଣା, ସୁରକ୍ଷା କଡ଼ାକଡ଼ି
Samaya Live Picture
Published On

ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବ୍ବୁର ରାଣାକୁ ଆମେରିକା ଭାରତକୁ ଫେରାଇ ଦେଇଛି।  ଆମେରିକା ଦ୍ବାରା ପ୍ରତ୍ୟର୍ପିତ ହୋଇଥିବା ରାଣା ଆଉ ମାତ୍ର କିଛି ସମୟ ମଧ୍ୟ‌ରେ ଭାରତରେ ପହଞ୍ଚିବ। ରାଣା ପଲମ ବିମାନବନ୍ଦରରେ ପହଞ୍ଚିବାପରେ ତାକୁ ବୁଲେଟପ୍ରୁଫ୍‌ ଗାଡ଼ିରେ ସିଧାସଳଖ ଏନ୍‌ଆଇଏ ମୁଖ୍ୟାଳୟ ନିଆଯିବ। ରାଣା ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବିମାନବନ୍ଦରରେ ସ୍ବାଟ୍‌ କମାଣ୍ଡୋ ମୁତୟନ ହୋଇଛନ୍ତି।

ଆମେରିକାର ଏକ ଅଦାଲତଙ୍କ ସୁପାରିସକ୍ରମେ ଦିଲ୍ଲୀ ଓ ମୁମ୍ବାଇର ଦୁଇଟି ଜେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଣା ପହଞ୍ଚିବା ପରେ ତାକୁ ରିମାଣ୍ଡରେ ନେବା ପାଇଁ ନୂଆଦିଲ୍ଲୀ ସ୍ଥିତ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) କୋର୍ଟରେ ହାଜର କରାଯିବ। ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ତାକୁ ରିମାଣ୍ଡରେ ନେବ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଏନ୍‌ଆଇଏ ଓ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ପ୍ରତ୍ୟର୍ପଣ ଅଭିଯାନର କଡ଼ା ତଦାରଖ କରୁଛନ୍ତି।

ପାକିସ୍ତାନୀ ବଂଶୋଦ୍ଭବ କାନାଡାର ବ୍ୟବସାୟୀ ରାଣା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲ୍‌ଇଟି)ର ସକ୍ରିୟ କାର୍ଯ୍ୟକର୍ତ୍ତା ବୋଲି ଜଣାପଡିଛି। ମୁମ୍ବାଇରେ ପ୍ରମୁଖ ଟାର୍ଗେଟ୍‌ଗୁଡ଼ିକର ଯାଞ୍ଚ କରିଥିବା ପାକିସ୍ତାନୀ-ଆମେରିକୀୟ ଡେଭିଡ୍ କୋଲମ୍ୟାନ୍ ହେଡଲି (ଓରଫ ଦାଉଦ ଗିଲାନି) ପାଇଁ ଯାତ୍ରା କାଗଜପତ୍ର ଯୋଗାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପରେ ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଏଜେନ୍ସିର ଲଜିଷ୍ଟିକ୍ ଓ ରଣନୈତିକ ସମର୍ଥନରେ ଲସ୍କର ଆତଙ୍କବାଦୀମାନେ ଏହି ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିଥିଲେ।

Tags: