କିଛି ଭୁଲ୍ କରିନି, ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପ୍ରସ୍ତୁତ : ଉଦୟନିଧି ଷ୍ଟାଲିନ
ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଯେଉଁ ଟିପ୍ପଣୀ ଦେଇଛନ୍ତି ତାକୁ ନେଇ ଜୋରଦାର ବିବାଦ ହୋଇଛି। ଉଦୟନିଧି ଷ୍ଟାଲିନଙ୍କ ଟିପ୍ପଣୀକୁ ନେଇ ବିଜେପି କଂଗ୍ରେସ, ଡିଏମ୍କେ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ୍ କରିଛି। ତେବେ ଇତି ମଧ୍ୟରେ ଉଦୟନିଧି ଷ୍ଟାଲିନ କହିଛନ୍ତି, ସେ କିଛି ଭୁଲ୍ କହିନାହାନ୍ତି। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ […]
ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଯେଉଁ ଟିପ୍ପଣୀ ଦେଇଛନ୍ତି ତାକୁ ନେଇ ଜୋରଦାର ବିବାଦ ହୋଇଛି। ଉଦୟନିଧି ଷ୍ଟାଲିନଙ୍କ ଟିପ୍ପଣୀକୁ ନେଇ ବିଜେପି କଂଗ୍ରେସ, ଡିଏମ୍କେ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ୍ କରିଛି। ତେବେ ଇତି ମଧ୍ୟରେ ଉଦୟନିଧି ଷ୍ଟାଲିନ କହିଛନ୍ତି, ସେ କିଛି ଭୁଲ୍ କହିନାହାନ୍ତି। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଡିଏମ୍କେ ସରକାରରେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ତୁଳନା କରିବାରୁ ବିବାଦ ହୋଇଛି। ଉଦୟନିଧି କହିଥିଲେ, ସନାତନ ଧର୍ମକୁ କେବଳ ବିରୋଧ କରିବା ଉଚିତ ନୁହେଁ ଏଥିସହ ଏହାର ମୂଳୋତ୍ପାଟନ ହେବା ଉଚିତ। ଉଦୟନିଧି ଷ୍ଟାଲିନ କହିଛନ୍ତି, ସେ କେବଳ ସନାତନ ଧର୍ମକୁ ସମାଲୋଚନା କରିଛନ୍ତି ଏବଂ ଏହାକୁ ଶେଷ କରିବାକୁ କହିଛନ୍ତି। ସେ ଏଭଳି କହିବା ଜାରି ରଖିବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ଉଦୟନିଧି କହିଛନ୍ତି, କିଛି ଲୋକ ଅତି ପିଲାଳିଆ ଭଳି କହୁଛନ୍ତି ଯେ ମୁଁ ଗଣହତ୍ୟା ପାଇଁ କହୁଛି। ଅନ୍ୟମାନେ କହୁଛନ୍ତି ଡ୍ରାବିଡ଼ ଉଚ୍ଛେଦ ହେବା ଉଚିତ। ଏହାର ଅର୍ଥ କ’ଣ ଡିଏମ୍କେ ମାନଙ୍କୁ ହତ୍ୟା କରାଯିବା ଉଚିତ। ଯେତେବେଳେ ମୋଦୀ କହିଥିଲେ କଂଗ୍ରେସ ମୁକ୍ତ ଭାରତ ତା’ର ଅର୍ଥ କ’ଣ ଥିଲା କଂଗ୍ରେସ ଦଳର ଲୋକଙ୍କୁ ହତ୍ୟା କରାଯିବା ଉଚିତ। ଉଦୟନିଧି ପୁଣିଥରେ କହିଛନ୍ତି, ସନାତନ କ’ଣ। ଏହାର ମାନେ କିଛି ନୁହେଁ। ଏହା ବଦଳିବା ଉଚିତ।




