କାଶ୍ମୀର, ମଣିପୁର ପ୍ରସଙ୍ଗରେ ଜାତିସଂଘ ମାନବାଧିକାର ମୁଖ୍ୟଙ୍କ ଟିପ୍ପଣୀକୁ ଭାରତର ବିରୋ‌ଧ

ନୂଆଦିଲ୍ଲୀ: କାଶ୍ମୀର ଏବଂ ମଣିପୁର ପ୍ରସଙ୍ଗରେ ଭିତ୍ତିହୀନ ଟିପ୍ପଣୀ ରଖିଥିବାରୁ ଭାରତ ଆଜି ଜାତିସଂଘ ମାନବାଧିକାର ମୁଖ୍ୟଙ୍କ ଉପରେ ବର୍ଷିଛି। ଭାରତ କହିଛି ଜାତିସଂଘ ମାନବାଧିକାର ମୁଖ୍ୟ ଭଲକର୍‌ ତୁର୍କ ଭିତ୍ତିହୀନ ଟିପ୍ପଣୀ ଦେବାପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଜେନେଭାରେ ମାନବାଧିକାର ପରିଷଦର ୫୮ତମ ଅଧିବେଶନରେ କାଶ୍ମୀର ଏବଂ ମଣିପୁର ପ୍ରସଙ୍ଗରେ ଟିପ୍ପଣୀ ରଖି ତୁର୍କ‌୍ କହିଥିଲେ କାଶ୍ମୀରରେ ଦୀର୍ଘଦିନ ଧରି ପାକିସ୍ତାନ ସମର୍ଥିତ ବିଦ୍ରୋହ ଏବଂ ବିଚ୍ଛିନତାବାଦୀ କାର୍ଯ୍ୟକଳାପ ଚାଲିଥିବାବେଳେ ମଣିପୁରରେ ୨୦୨୩ରୁ ହିଂସା […]

Samaya Live Picture
Published On

ନୂଆଦିଲ୍ଲୀ: କାଶ୍ମୀର ଏବଂ ମଣିପୁର ପ୍ରସଙ୍ଗରେ ଭିତ୍ତିହୀନ ଟିପ୍ପଣୀ ରଖିଥିବାରୁ ଭାରତ ଆଜି ଜାତିସଂଘ ମାନବାଧିକାର ମୁଖ୍ୟଙ୍କ ଉପରେ ବର୍ଷିଛି। ଭାରତ କହିଛି ଜାତିସଂଘ ମାନବାଧିକାର ମୁଖ୍ୟ ଭଲକର୍‌ ତୁର୍କ ଭିତ୍ତିହୀନ ଟିପ୍ପଣୀ ଦେବାପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଜେନେଭାରେ ମାନବାଧିକାର ପରିଷଦର ୫୮ତମ ଅଧିବେଶନରେ କାଶ୍ମୀର ଏବଂ ମଣିପୁର ପ୍ରସଙ୍ଗରେ ଟିପ୍ପଣୀ ରଖି ତୁର୍କ‌୍ କହିଥିଲେ କାଶ୍ମୀରରେ ଦୀର୍ଘଦିନ ଧରି ପାକିସ୍ତାନ ସମର୍ଥିତ ବିଦ୍ରୋହ ଏବଂ ବିଚ୍ଛିନତାବାଦୀ କାର୍ଯ୍ୟକଳାପ ଚାଲିଥିବାବେଳେ ମଣିପୁରରେ ୨୦୨୩ରୁ ହିଂସା ଜାରି ରହିଛି। କଥାବାର୍ତ୍ତା ମାଧ୍ୟମରେ ମଣିପୁରରେ ହିଂସା ନିୟନ୍ତ୍ରଣ ପାଇଁ ପଦକ୍ଷେପ ତ୍ବରାନ୍ବିତ କରିବାପାଇଁ ତୁର୍କ କହିଥିଲେ। କାଶ୍ମୀର ପାଇଁ ମଧ୍ୟ ସେ ଚିନ୍ତା ପ୍ରକଟ କରିଥିଲେ। ତେବେ ତାଙ୍କର ଏହି ଟିପ୍ପଣୀକୁ ଭାରତ ତୀତ୍ର ବିରୋଧ କରିଛି। ଜାତିସଂଘକୁ ଭାରତର ସ୍ଥାୟୀ ପ୍ରତିନିଧି ଅରିନ୍ଦମ ବାଗ୍‌ଚି ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ର ଲଗାତାର ଭାବେ ସୁସ୍ଥ ଏବଂ ଚଳଚଞ୍ଚଳ ରହିଛି। ଏହା ଏକ ବିବିଧତା‌ ଭରା ସମାଜ। ଜାତିସଂଘ ମାନବାଧିକାର ମୁଖ୍ୟ ଦେଇଥିବା ଭିତ୍ତିହୀନ ଟିପ୍ପଣୀ ବାସ୍ତବତାଠାରୁ ଭିନ୍ନ।

Tags: