କାଶ୍ମୀର ଏନକାଉଣ୍ଟର, ଜଣେ ପାକିସ୍ତାନୀ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ କାଶ୍ମୀର ରାଜୌରୀ ଜିଲ୍ଲାର କାଲାକୋଟ ଅଞ୍ଚଳରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛି। ଉକ୍ତ ଆତଙ୍କବାଦୀକୁ ଚିହ୍ନଟ କରାଯାଇଛି। ତା ନାଁ କ୍ବାରି। ସେ ଏଲ୍ଇଟି( ଲସ୍କର ଏ ତଏବା)ର ଜଣେ ଶୀର୍ଷ ନେତା। ଗତବର୍ଷ ଠାରୁ ସେ ରାଜୌରି ପୁଞ୍ଚ ଅଞ୍ଚଳରେ ସେ ସକ୍ରିୟ ଥିଲା। ଢାଙ୍ଗ୍ରି ଏବଂ କାଣ୍ଡି ଟ୍ବିନ୍ ଆକ୍ରମଣର ସେ ମାଷ୍ଟରମାଇଣ୍ଡ୍ ବୋଲି କୁହାଯାଉଛି। ରାଜୌରୀ –ପୁଞ୍ଚ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସକ୍ରିୟ […]

Samaya Live Picture
Published On

ଶ୍ରୀନଗର : ଜମ୍ମୁ କାଶ୍ମୀର ରାଜୌରୀ ଜିଲ୍ଲାର କାଲାକୋଟ ଅଞ୍ଚଳରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛି। ଉକ୍ତ ଆତଙ୍କବାଦୀକୁ ଚିହ୍ନଟ କରାଯାଇଛି। ତା ନାଁ କ୍ବାରି। ସେ ଏଲ୍ଇଟି( ଲସ୍କର ଏ ତଏବା)ର ଜଣେ ଶୀର୍ଷ ନେତା। ଗତବର୍ଷ ଠାରୁ ସେ ରାଜୌରି ପୁଞ୍ଚ ଅଞ୍ଚଳରେ ସେ ସକ୍ରିୟ ଥିଲା। ଢାଙ୍ଗ୍ରି ଏବଂ କାଣ୍ଡି ଟ୍ବିନ୍ ଆକ୍ରମଣର ସେ ମାଷ୍ଟରମାଇଣ୍ଡ୍ ବୋଲି କୁହାଯାଉଛି। ରାଜୌରୀ –ପୁଞ୍ଚ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସକ୍ରିୟ କରିବାପାଇଁ ତାକୁ ପଠାଯାଇଥିବା କୁହାଯାଉଛି। ଆଇଇଡିରେ କ୍ବାରିର ଦଖଲ ରହିଛି। ସେ ଜଣେ ତାଲିମପ୍ରାପ୍ତ ସ୍ନାଇପର। ଉଲ୍ଲେଖଯୋଗ୍ୟ ଯେ ଗତକାଲିଠାରୁ ରାଜୌାରୀରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୪ ଜଣ ଯବାନ ସହିଦ ହୋଇଯାଇଛନ୍ତି।

Tags: