କାଶ୍ମୀର ଆତଙ୍କବାଦୀ ଆକ୍ରମଣ ସ୍ଥଳରେ ପହଞ୍ଚିଲା ଏନଆଇଏ ଟିମ୍
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୁଞ୍ଚରେ ଗତକାଲି ଆତଙ୍କବାଦୀଙ୍କ ଗ୍ରେନେଡ଼ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଫଳରେ ଏହି ଘଟଣାରେ ୫ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଭାଟା ଧୁରିଆନ ଅଞ୍ଚଳରେ ଆତଙ୍କବାଦୀମାନେ ଏଭଳି ବଡ଼ ଆକ୍ରମଣ କରିଛନ୍ତି। ପ୍ରାଥମିକ ସୂଚନାରୁ ଜଣାପଡ଼ିଥିଲା ଯେ ବଜ୍ରାଘାତ ଯୋଗୁଁ ଗାଡ଼ିରେ ନିଆଁ ଲାଗି ଯାଇଥିଲା। କିନ୍ତୁ ପରେ ଜଣାପଡ଼ିଥିଲା ଯେ ଏହା ଆତଙ୍କବାଦୀଙ୍କ ଯୋଜନାବଦ୍ଧ ଆକ୍ରମଣ । ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ପ୍ରବଳ ଗ୍ରେନେଡ୍ ମାଡ଼ […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୁଞ୍ଚରେ ଗତକାଲି ଆତଙ୍କବାଦୀଙ୍କ ଗ୍ରେନେଡ଼ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଫଳରେ ଏହି ଘଟଣାରେ ୫ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଭାଟା ଧୁରିଆନ ଅଞ୍ଚଳରେ ଆତଙ୍କବାଦୀମାନେ ଏଭଳି ବଡ଼ ଆକ୍ରମଣ କରିଛନ୍ତି। ପ୍ରାଥମିକ ସୂଚନାରୁ ଜଣାପଡ଼ିଥିଲା ଯେ ବଜ୍ରାଘାତ ଯୋଗୁଁ ଗାଡ଼ିରେ ନିଆଁ ଲାଗି ଯାଇଥିଲା। କିନ୍ତୁ ପରେ ଜଣାପଡ଼ିଥିଲା ଯେ ଏହା ଆତଙ୍କବାଦୀଙ୍କ ଯୋଜନାବଦ୍ଧ ଆକ୍ରମଣ । ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ପ୍ରବଳ ଗ୍ରେନେଡ୍ ମାଡ଼ କରିଥିଲେ। ଫଳରେ ଗାଡ଼ିଟି ଜଳି ଯାଇଥିଲା। ଟ୍ରକ୍ ନିକଟସ୍ଥ ରାସ୍ତାରୁ ଯବାନମାନଙ୍କ ଅର୍ଦ୍ଧଦଗ୍ଧ ଶରୀର ମିଳିଛି। ଘଟଣାରେ ଅଧିକ ତଦନ୍ତ ପାଇଁ ଆଜି ଏନଆଇଏ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେନା ପକ୍ଷରୁ ସହିଦ ଯବାନମାନଙ୍କ ନାଁ ଜାରି କରାଯାଇଛି। ସେମାନେ ହେଉଛନ୍ତି ହାବିଲଦାର ମନଦୀପ ସିଂହ, ଲାନ୍ସ ନାଇକ ଦେବାଶିଷ ବସୱଲ, ଲାନ୍ସ ନାଇକ କୁଲୱନ୍ତ ସିଂହ, ସିପାହୀ ହରକ୍ରୀଶନ ସିଂହ ଏବଂ ସିପାହୀ ସେବକ ସିଂହ। ସେନାମୁଖ୍ୟ ମନୋଜ ପାଣ୍ଡେ ଆଜି ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆକ୍ରମଣ ପରେ ସୁରକ୍ଷାକର୍ମୀମାନେ ବାଟା-ଦୋରିୟା ଅଞ୍ଚଳ ନିକଟସ୍ଥ ଜଙ୍ଗଲରେ ବିଶାଳ ସର୍ଚ୍ଚ ଅପରେସନ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରାଯାଉଛି।




