କାଶ୍ମୀରରେ ୫ ଲସ୍କର ଆତଙ୍କବାଦୀ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଲିସକୁ ବଡ଼ ସଫଳତା ମିଳିଛି । କୁଲଗାମରେ ୨ଟି ଆତଙ୍କୀ ମୋଡ୍ୟୁଲର ପର୍ଦ୍ଦାଫାସ ହୋଇଥିବା ବେଳେ ଲସ୍କର-ଏ-ତୋଏବାର ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବନ୍ଧୁକ, ପିସ୍ତଲ, ଗ୍ରେନେଡ, ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଗିରଫ ହୋଇଥିବା ୫ ଜଣ କୁଖ୍ୟାତ ଆତଙ୍କବାଦୀ ହେଲେ ଆଦିଲ ହୁସେନ ୱାନୀ, ସୁହେଲ ଅହମ୍ମଦ ଦାର, ଏତମଦ ଅହମ୍ମଦ, ମେହରାଜ ଅହମ୍ମଦ ଲୋନ ଏବଂ ସବ୍ଜାର ଅହମ୍ମଦ। ଲସ୍କର ସଂଗଠନ […]
ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଲିସକୁ ବଡ଼ ସଫଳତା ମିଳିଛି । କୁଲଗାମରେ ୨ଟି ଆତଙ୍କୀ ମୋଡ୍ୟୁଲର ପର୍ଦ୍ଦାଫାସ ହୋଇଥିବା ବେଳେ ଲସ୍କର-ଏ-ତୋଏବାର ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବନ୍ଧୁକ, ପିସ୍ତଲ, ଗ୍ରେନେଡ, ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଗିରଫ ହୋଇଥିବା ୫ ଜଣ କୁଖ୍ୟାତ ଆତଙ୍କବାଦୀ ହେଲେ ଆଦିଲ ହୁସେନ ୱାନୀ, ସୁହେଲ ଅହମ୍ମଦ ଦାର, ଏତମଦ ଅହମ୍ମଦ, ମେହରାଜ ଅହମ୍ମଦ ଲୋନ ଏବଂ ସବ୍ଜାର ଅହମ୍ମଦ। ଲସ୍କର ସଂଗଠନ ସହିତ ଏହି ଆଙ୍କବାଦୀମାନେ ୩ ବର୍ଷରୁ ଅଧିକ ସମୟ ଧରି ସଂପୃକ୍ତ ଥିଲେ ଏବଂ କାଶ୍ମୀରରେ ବହୁତ ବଡ଼ ଆକ୍ରମଣ ଯୋଜନା କରୁଥିଲେ। ପୁଲିସ ଓ ସିଆର୍ପିଏଫ୍ର ମିଳିତ ଅପରେସନ୍ ସମୟରେ ଏହି ଆତଙ୍କବାଦୀମାନେ ଧରାପଡ଼ିଛନ୍ତି। କୁଲଗାମରେ ଏବେ ବଡ଼ ଧରଣର କମ୍ବିଂ ଅପରେସନ ଜାରି ରହିଛି।




