କାଶ୍ମୀରରେ ୧୫ ଦିନରେ ୧୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ଗତ ୧୫ ଦିନରେ କାଶ୍ମୀରରେ ୧୨ ଆତଙ୍କବାଦୀ ନିପାତ ହୋଇଛନ୍ତି। କୁଲଗାମ ଜିଲ୍ଲାରେ ଜଣେ ଅଲ-ବଦର ଆତଙ୍କବାଦୀକୁ ଗତକାଲି ନିପାତ କରାଯାଇଛି। ହାଉରା ଅଞ୍ଚଳରେ ଅପରେସନ ଚାଲିଥିବା ବେଳେ ଜମ୍ମୁ-କାଶ୍ମୀର ପୋଲିସର ଜଣେ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ଆତଙ୍କବାଦୀ ଲୁଚିଥିବା ସ୍ଥାନରେ ପହଞ୍ଚିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏଥିରେ ଜଣେ ପୋଲିସ ଆହତ ହୋଇଥିଲେ। ଲୁଚିଥିବା ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ସୁଯୋଗ […]

Samaya Live Picture
Published On

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ଗତ ୧୫ ଦିନରେ କାଶ୍ମୀରରେ ୧୨ ଆତଙ୍କବାଦୀ ନିପାତ ହୋଇଛନ୍ତି। କୁଲଗାମ ଜିଲ୍ଲାରେ ଜଣେ ଅଲ-ବଦର ଆତଙ୍କବାଦୀକୁ ଗତକାଲି ନିପାତ କରାଯାଇଛି। ହାଉରା ଅଞ୍ଚଳରେ ଅପରେସନ ଚାଲିଥିବା ବେଳେ ଜମ୍ମୁ-କାଶ୍ମୀର ପୋଲିସର ଜଣେ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ଆତଙ୍କବାଦୀ ଲୁଚିଥିବା ସ୍ଥାନରେ ପହଞ୍ଚିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏଥିରେ ଜଣେ ପୋଲିସ ଆହତ ହୋଇଥିଲେ। ଲୁଚିଥିବା ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ସୁଯୋଗ ଦିଆଯାଇଥିଲା। କିନ୍ତୁ ସେମାନେ ଗୁଳି ଚଳାଇବା ଜାରି ରଖିଥିଲେ। ଫଳରେ ପୋଲିସ ଗୁଳିରେ ଜଣେ ଅଲ-ବଦର ଆତଙ୍କବାଦୀ ନିପାତ ହୋଇଛି। ନିପାତ ଆତଙ୍କବାଦୀ ଜଣକ ଆକବରାବାଦ ହାଉରା ବାସିନ୍ଦା ଆଦିଲ ମାଜିଦ ଲୋନ ବୋଲି ମୃତ୍ୟୁ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଛାଡ଼ି ନିଜର ପରିଚୟ ଦେଇଛି। ଉକ୍ତ ଅଞ୍ଚଳରୁ ପିସ୍ତଲ, ଗୁଳି ଓ ଗ୍ରେନେଡ୍ ଆଦି ଜବତ କରାଯାଇଛି। ଲୋନ ଛଡ଼ା ଗତ ୧୫ ଦିନ ଭିତରେ ଜମ୍ମୁ-କାଶ୍ମୀରରେ ଆଉ ୧୧ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ସେମାନଙ୍କଠାରୁ ୫୫ କେଜି ନିଶାଔଷଧ ଓ ୧୨ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

Tags: