କାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ , ୨ ପାଇଲଟ ଆହତ
ଶ୍ରୀନଗର: କାଶ୍ମୀରର କିସ୍ତୱଡ଼ ଜିଲ୍ଲାର ମରୱା ତହସିଲ ଅଧୀନସ୍ଥ ମଚ୍ଛନା ଗ୍ରାମରେ ଆଜି ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ଦୁର୍ଘଟଣା ସମୟରେ ହେଲିକପ୍ଟରରେ ପାଇଲଟ୍ ଏବଂ ସହପାଇଲଟ୍ଙ୍କ ସମେତ ମୋଟ୍ ୩ ଜଣ ଥିଲେ। ଦୁର୍ଘଟଣାରେ ପାଇଲଟ ଏବଂ ସହ ପାଇଲଟ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ହେଲିକପ୍ଟରରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କର କିଛି ଖବର ମିଳିନି। ପାର୍ବତ୍ୟ ଜିଲ୍ଲାର ମରୱା ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି। ସେନା ଅଧିକାରୀଙ୍କ ଅନୁଯାୟୀ ଦୁର୍ଘଟଣାରେ […]
ଶ୍ରୀନଗର: କାଶ୍ମୀରର କିସ୍ତୱଡ଼ ଜିଲ୍ଲାର ମରୱା ତହସିଲ ଅଧୀନସ୍ଥ ମଚ୍ଛନା ଗ୍ରାମରେ ଆଜି ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ଦୁର୍ଘଟଣା ସମୟରେ ହେଲିକପ୍ଟରରେ ପାଇଲଟ୍ ଏବଂ ସହପାଇଲଟ୍ଙ୍କ ସମେତ ମୋଟ୍ ୩ ଜଣ ଥିଲେ। ଦୁର୍ଘଟଣାରେ ପାଇଲଟ ଏବଂ ସହ ପାଇଲଟ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ହେଲିକପ୍ଟରରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କର କିଛି ଖବର ମିଳିନି। ପାର୍ବତ୍ୟ ଜିଲ୍ଲାର ମରୱା ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି। ସେନା ଅଧିକାରୀଙ୍କ ଅନୁଯାୟୀ ଦୁର୍ଘଟଣାରେ ପାଇଲଟମାନେ ଆହତ ହୋଇଛନ୍ତି କିନ୍ତୁ ସେମାନେ ସୁରକ୍ଷିତ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚରେ ସେନାର ଏଭିଏସନ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆନ୍ଧ୍ରପ୍ରଦେଶର ମଣ୍ଡଳା ପାର୍ବତ୍ୟାଞ୍ଚଳରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୨ ପାଇଲଟ୍ ସହିଦ ହୋଇଥିଲେ।




