କାଶ୍ମୀରରେ ସେନା ଉପରେ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଚୀନ୍ ନିର୍ମିତ ଅସ୍ତ୍ର ବ୍ୟବହାର କରିଛନ୍ତି
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ସେନା ଉପରେ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଚୀନ୍ ନିର୍ମିତ ଅସ୍ତ୍ର ବ୍ୟବହାର କରିଛନ୍ତି । ଗୁଇନ୍ଦା ସୂଚନାନୁଯାୟୀ ଜେଇଏମ୍ ଏବଂ ଲସ୍କର ଏ ତୋଏବା (ଏଲଇଟି) ଆତଙ୍କବାଦୀ ଗୋଷ୍ଠୀ ଚୀନ୍ ନିର୍ମିତ ଅସ୍ତ୍ର ବ୍ୟବହାର କରିଛନ୍ତି। ପାକିସ୍ତାନ ସେନାକୁ ଚୀନ୍ ଡ୍ରୋନ୍, ହ୍ୟା ଣ୍ଡ ଗ୍ରେନେଡ୍ ଏବଂ ଅସ୍ତ୍ରଶସ୍ତ୍ର ଆଦି ଯୋଗାଉଛି। ଏହି ଅସ୍ତ୍ରଶସ୍ତ୍ରକୁ ନିକଟରେ ହୋଇଥିବା ଆକ୍ରମଣରେ ଆତଙ୍କବାଦୀମାନେ ବ୍ୟବହାର କରିଛନ୍ତି । ସୁରକ୍ଷାବାହିନୀକୁ ମଧ୍ୟ ଏହାର ପ୍ରମାଣ ମିଳିଛି। […]
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ସେନା ଉପରେ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଚୀନ୍ ନିର୍ମିତ ଅସ୍ତ୍ର ବ୍ୟବହାର କରିଛନ୍ତି । ଗୁଇନ୍ଦା ସୂଚନାନୁଯାୟୀ ଜେଇଏମ୍ ଏବଂ ଲସ୍କର ଏ ତୋଏବା (ଏଲଇଟି) ଆତଙ୍କବାଦୀ ଗୋଷ୍ଠୀ ଚୀନ୍ ନିର୍ମିତ ଅସ୍ତ୍ର ବ୍ୟବହାର କରିଛନ୍ତି। ପାକିସ୍ତାନ ସେନାକୁ ଚୀନ୍ ଡ୍ରୋନ୍, ହ୍ୟା ଣ୍ଡ ଗ୍ରେନେଡ୍ ଏବଂ ଅସ୍ତ୍ରଶସ୍ତ୍ର ଆଦି ଯୋଗାଉଛି। ଏହି ଅସ୍ତ୍ରଶସ୍ତ୍ରକୁ ନିକଟରେ ହୋଇଥିବା ଆକ୍ରମଣରେ ଆତଙ୍କବାଦୀମାନେ ବ୍ୟବହାର କରିଛନ୍ତି । ସୁରକ୍ଷାବାହିନୀକୁ ମଧ୍ୟ ଏହାର ପ୍ରମାଣ ମିଳିଛି। ଚଳିତ ବର୍ଷ ହୋଇଥିବା ୩ଟି ବଡ଼ ଆତଙ୍କବାଦୀ ଆକ୍ରମଣରୁ ଏହା ଜଣାପଡ଼ିଛି। ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀମାନେ ଚୀନ୍ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ସ୍ନାଇପର ଗନ୍ ବ୍ୟବହାର କରିଥିବା ଜଣାପଡ଼ିଛି। ଗତ ନଭେମ୍ବରରେ ଜମ୍ମୁ ସୀମାରେ ଭାରତୀୟ ସୈନିକଙ୍କ ବିରୋଧରେ ବ୍ୟବହାର ହୋଇଥିବା ଏଭଳି ଏକ ସ୍ନାଇପର ଗନ୍ ଚୀନ୍ ନିର୍ମିତ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନୀ ସେନା ନିୟମିତ ଭାବେ ଚୀନ୍ଠାରୁ ଅସ୍ତ୍ରଶସ୍ତ୍ର, କ୍ୟାମେରା ଏବଂ ଯୋଗାଯୋଗ ଉପକରଣ ଆଦି ଗ୍ରହଣ କରୁଛି।




