କାଶ୍ମୀରରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ଗୁଳି ବିନିମୟ, ୨ ସେନା ଅଧିକାରୀ , ୨ ଯବାନ ସହିଦ
ଶ୍ରୀନଗର: ଜମ୍ମୁ କାଶ୍ମୀର ରାଜୌରୀ ଜିଲ୍ଲାର କାଲାକୋଟ ଜଙ୍ଗଲରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨ ଜଣ ସେନା ଅଫିସର ଏବଂ ୨ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ସେନାର ସ୍ବତନ୍ତ୍ର ବାହିନୀ ଏବଂ ପୁଲିସ ଆଜି ଏକ ମିଳିତ ଅପରେସନ୍ ଆରମ୍ଭ କରିଥିଲେ। ପିର ପଞ୍ଜଲ ଜଙ୍ଗଲରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ଗତ କିଛି ବର୍ଷ […]
ଶ୍ରୀନଗର: ଜମ୍ମୁ କାଶ୍ମୀର ରାଜୌରୀ ଜିଲ୍ଲାର କାଲାକୋଟ ଜଙ୍ଗଲରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨ ଜଣ ସେନା ଅଫିସର ଏବଂ ୨ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ସେନାର ସ୍ବତନ୍ତ୍ର ବାହିନୀ ଏବଂ ପୁଲିସ ଆଜି ଏକ ମିଳିତ ଅପରେସନ୍ ଆରମ୍ଭ କରିଥିଲେ। ପିର ପଞ୍ଜଲ ଜଙ୍ଗଲରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ଗତ କିଛି ବର୍ଷ ଧରି ପୀର ପଞ୍ଜଲ ଜଙ୍ଗଲ ସୁରକ୍ଷାକର୍ମୀଙ୍କ ପାଇଁ ଏକ ଚ୍ୟାଜଲେଂଜ ହୋଇଛି। ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲର ଫାଇଦା ନେଇ ବାରମ୍ବାର ସେମାନଙ୍କ ସ୍ଥିତି ବଦଳାଇ ସୁରକ୍ଷାକର୍ମୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଥିଲା।




